କିବ୍‌/ମସ୍କୋ: ୟୁକ୍ରେନ ଉପରେ ଗତରାତିରୁ ବଡ଼ ଧରଣର ବିମାନ ଆକ୍ରମଣ ଆରମ୍ଭ କରିଛି ରୁଷ୍‌।   ରାଜଧାନୀ କିବ୍‌ ଉପରେ ଏହି ଆକ୍ରମଣ  ହୋଇଥିବା ବେଳେ  ରୁଷ୍‌ ୬୦ଟି ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହାକୁ କିବ୍‌ ଉପରେ ଏ ପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମଣ ସମୟରେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରରେ ଆଶ୍ରୟ ନେଇଥିଲେ ଏବଂ ସେମାନେ ଆଜି ବଙ୍କରରେ  ରହିଥିବା କୁହାଯାଉଛି ।

Advertisment

ଲୋକେ ବଙ୍କରରେ ଆଶ୍ରୟ ନେଲେ
ଭୀଷଣ କ୍ଷୟକ୍ଷତି

 ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ   ତାଙ୍କ ଶାନ୍ତି ଫର୍ମୁଲା ନେଇ ଆଗକୁ ବଢ଼ୁଥିବା ବେଳେ ରୁଷ୍‌ର ଏଭଳି ପ୍ରଚଣ୍ଡ ଆକ୍ରମଣ ୟୁକ୍ରେନକୁ ହତ୍‌ବାକ କରିଦେଇଛି। ରୁଷ୍‌ର ଆକ୍ରମଣ ନେଇ ଆମେରିକା ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଉଭୟ ପକ୍ଷ ସହ ଆଲୋଚନା ପାଇଁ ପଦକ୍ଷେପ ନିଆଯିବ ବୋଲି ସଙ୍କେତ ମିଳିଛି। କେବଳ କିବ୍‌ ନୁହେଁ, ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆଜି ରୁଷ୍‌ର ଆକ୍ରମଣ ଜୋରଦାର ହୋଇଛି। ରୁଷ୍‌ ଏବେ ଇରାନ୍‌ରୁ ହାସଲ କରିଥିବା ଡ୍ରୋନ୍‌ ମଧ୍ୟ ବ୍ୟବହାର କରି ୟୁକ୍ରେନର ସୀମା ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ହଠାତ୍‌ ଆକ୍ରମଣରେ ଏଭଳି ତୀବ୍ରତା ଆଣି ରୁଷ୍‌ ଆମେରିକାକୁ  କଡ଼ା ବାର୍ତ୍ତା ଦେବାକୁ ଚାହୁଛି। ୟୁକ୍ରେନର କୌଣସି ସର୍ତ୍ତ ଗ୍ରହଣ  କରାଯିବ ନାହିଁ ବୋଲି ରୁଷ୍‌ ସାମରିକ କର୍ତ୍ତୃପକ୍ଷ ପୂର୍ବରୁ ସ୍ପଷ୍ଟ କରିଥିବା ବେଳେ ଆଗକୁ ରୁଷ୍‌ର ରଣନୀତି କ’ଣ ରହିବ ତାହା ଉପରେ ପୂରା ବିଶ୍ବର ନଜର ରହିଛି।