ମସ୍କୋ : ୟୁକ୍ରେନ୍ରେ ଭୟାବହ ଯୁଦ୍ଧ ଚଳାଇଥିବା ବେଳେ ରୁଷିଆର ଉତ୍ତର-ପୂର୍ବକୁ ଥିବା ଇଭାନୋଭୋ ପ୍ରଦେଶରେ ରୁଷ୍ ଆଣବିକ ବାହିନୀ ଅଭ୍ୟାସ ଚଳାଇଛି। ଏହି ପରମାଣୁ ଡ୍ରିଲ୍ ୟୁରୋପରେ ଆତଙ୍କ ସୃଷ୍ଟି କରିଛି ।
ଏକ ଖବର ସରବରାହ ସଂସ୍ଥା ବୁଧବାର ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି ଏ ବାବଦ ରିପୋର୍ଟ ପ୍ରକାଶ କରିଛି। ଏହି ଖବର ଅନୁସାରେ ରୁଷ୍ ଆଣବିକ ବାହିନୀର ପ୍ରାୟ ୧୦୦୦ କର୍ମଚାରୀ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚର ସମେତ ଶତାଧିକ ଯାନ ଧରି ବ୍ୟାପକ ଅଭ୍ୟାସ ଜାରି ରଖିଛନ୍ତି। ଦରକାର ପଡ଼ିଲେ ରୁଷିଆ ୟୁକ୍ରେନ୍ ଯୁଦ୍ଧରେ ଆଣବିକ ଅସ୍ତ୍ର ମଧ୍ୟ ବ୍ୟବହାର କରିବା ସମ୍ଭାବନାକୁ ଏହା ଉଜ୍ଜୀବିତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/rusia.jpg)