କିବ୍: ୟୁକ୍ରେନ୍ର ପୋର୍ଟ୍ ସିଟି ମାରିୟୁପୋଲ୍ରେ ଆଜି ରୁଷ୍ ସେନା ଏକ ମସଜିଦ୍ରେ ବୋମାମାଡ଼ କରିଛି। ମସଜିଦ୍ରେ ଶିଶୁ ଏବଂ ମହିଳାଙ୍କ ସମେତ ୮୦ରୁ ଅଧିକ ଲୋକ ଆଶ୍ରୟ ନେଉଥିଲେ। ୟୁକ୍ରେନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି। ରୁଷ୍ ମାରିୟୁପୋଲ୍ରୁ ଲୋକଙ୍କୁ ବାହାରକୁ ବାହାରିବାପାଇଁ ଦେଉନି। ରୁଷ୍ ବୋମାମାଡ଼ ଯୋଗୁଁ ହଜାର ହଜାର ଲୋକ ମାରିୟୁପୋଲ୍ରେ ଫସି ରହିଛନ୍ତି। କିନ୍ତୁ ଲୋକଙ୍କୁ ଉଦ୍ଧାର କରିବାରେ ବିଫଳତା ପାଇଁ ରୁଷ୍ ୟୁକ୍ରେନ୍କୁ ଦାୟୀ କରିଛି। ବୋମାମାଡ଼ ଯୋଗୁଁ ମସଜିଦ୍ରେ କେତେଜଣଙ୍କ ମୃତ୍ୟୁ ହୋଇଛି ସେନେଇ କିଛି ସ୍ପଷ୍ଟ କରାଯାଇନି। ମାରିୟୁପୋଲ୍ର ପୂର୍ବ ଅଂଶ ଏବେ ରୁଷ୍ ଦଖଲରେ ରହିଛି ବୋଲି ୟୁକ୍ରେନ୍ ସରକାର କହିଛନ୍ତି। ରୁଷ୍ ଗୋଳାମାଡ଼ରେ ମାରିୟୁପୋଲ୍ରେ ୧୫୮୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମାରିୟୁପୋଲ୍ ସିଟି କାଉନସିଲ୍ ପକ୍ଷରୁ ଗତକାଲି ଏକ ବିବୃତି ଜାରି ଏହା କୁହାଯାଇଛି। ମାନବିକତା ବିରୋଧରେ ଏହି ଅପରାଧକୁ ଆମେ ଭୁଲି ପାରିବୁନି କି କ୍ଷମା ଦେବୁନି ବୋଲି ସିଟି କାଉନ୍ସିଲ୍ କହିଛି।
ରୁଷ୍ ଦଖଲରେ ପୂର୍ବ ମାରିୟୁପୋଲ୍, ଲୋକ ଆଶ୍ରୟ ନେଉଥିବା ମସଜିଦରେ ବୋମାମାଡ଼
/sambad/media/post_attachments/wp-content/uploads/2022/03/45h54sfh564shf45fhssfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)