ନୂଆଦିଲ୍ଲୀ: ଗୋଟାଏ ଦିନ ବୋମା ବିସ୍ଫୋରଣ ହେବା ପରେ ଆଜି ପୂର୍ବାଞ୍ଚଳ ୟୁକ୍ରେନୀୟ ନଗରୀ ଖାର୍‌କିଭ୍‌ରେ ରୁଷ୍‌ ଲଢୁଆ ବିମାନରୁ ପାରାସୁଟ୍‌ ଯୋଗେ ଅବତରଣ କରିଥିବା ରୁଷୀୟ ସୈନିକମାନେ ଗୋଟାଏ ସ୍ଥାନୀୟ ଡାକ୍ତରଖାନାରେ ଆକ୍ରମଣ କରିଛନ୍ତି।

Advertisment

ୟୁକ୍ରେନୀୟ ସେନା କହିଛି, ଆକାଶମାର୍ଗରେ ଆସିଥିବା ରୁଷୀୟ ସୈନିକମାନେ ଖାର୍‌କିଭ୍‌ରେ ଅବତରଣ କରି ଗୋଟାଏ ଆଞ୍ଚଳିକ ଡାକ୍ତରଖାନା ଉପରେ ଆକ୍ରମଣ କରିଛି। ସେମାନଙ୍କ ସହ ୟୁକ୍ରେନ୍‌ ସୈନିକମାନେ ଲଢ଼େଇ କରୁଛନ୍ତି।

ଏହାଛଡ଼ା, ଆଜି ଆକ୍ରମଣର ୭ମ ଦିବସରେ ଦକ୍ଷିଣ ୟୁକ୍ରେନୀୟ ନଗରୀ ଖେର୍‌ସନ୍‌କୁ ମଧ୍ୟ ରୁଷୀୟ ସେନା ନିୟନ୍ତ୍ରଣକୁ ନେଇଥିବା କଥା କୁହାଯାଉଛି। କିନ୍ତୁ, ଏସଂକ୍ରାନ୍ତରେ ଆଞ୍ଚଳିକ ସରକାରୀ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି।

publive-image Image Courtesy of NDTV

ଆଜି ରୁଷୀୟ ଆକ୍ରମଣ ତୀବ୍ରତର ହେବାରୁ ଜନସାଧାରଣଙ୍କୁ ସ୍ଥାନୀୟ ପରିସ୍ଥିତି ଏବଂ ନିରାପତ୍ତା ପଦକ୍ଷେପ ସଂକ୍ରାନ୍ତ ସୂଚନା ଏବଂ ସଙ୍କଟଜନକ ଖବର  ୟୁକ୍ରେନ୍‌ର ‘ଷ୍ଟେଟ୍‌ ଇମର୍ଜନ୍‌ସି ସର୍ଭିସେସ୍‌’ ‘ହ୍ବାଟ୍‌ସ୍‌ଆପ୍‌’ରେ ‌‘ହେଲ୍‌ପଲାଇନ୍‌ ନମ୍ବର’ ଶୁଭାରମ୍ଭ କରିଛି।

ସେହିପରି, ଚେର୍ଣ୍ଣିହିଭ୍‌ ଅଞ୍ଚଳରେ ବଖମାଚ୍‌ ନଗରୀ ଅଭିମୁଖେ ଅଗ୍ରସର ହେଉଥିବା ରୁଷୀୟ ସେନାର ଗତି ମନ୍ଥର କରିବା ଲାଗି ସାହସୀ ୟୁକ୍ରେନୀୟ ନାଗରିକମାନେ ରୁଷ୍‌ କମାଣ ଉପରେ ଚଢ଼ିଯାଉଛନ୍ତି।

ଜାତିସଂଘ ଶରଣାର୍ଥୀ ଏଜେନ୍‌ସି କହିଛି, ରୁଷୀୟ ଆକ୍ରମଣ ହେବା ଠାରୁ ୬୭୭,୦୦୦ ଲୋକେ ୟୁକ୍ରେନ୍‌ ଛାଡ଼ି ପଳାଇଛନ୍ତି। ପଳାୟନକାରୀଙ୍କ ସଂଖ୍ୟା ଦ୍ରୁତ ବ୍ରୁଦ୍ଧି ପାଉଛି।

ୟୁକ୍ରେନୀୟ ଗଣମାଧ୍ୟମ ‘ଦି କିବ୍‌ ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ ଅନୁସାରେ, ବିଭିନ୍ନ ଦେଶ ଓ ସଙ୍ଗଠନ ବ୍ୟାପକ ଆର୍ଥିକ ଏବଂ ଅନ୍ୟାନ୍ୟ କଟକଣା ଜାରି କରିବା ପରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ ଗୋଟାଏ ଘୋଷଣାନାମାରେ ସ୍ବାକ୍ଷର କରିଛନ୍ତି। ଏଥିରେ କୌଣସି ରୁଷୀୟ ନାଗରିକ ୧୦,୦୦୦ ଆମେରିକୀୟ ଡଲାର୍‌ରୁ ଅଧିକ ଅର୍ଥ ନେଇ ଦେଶ ଛାଡ଼ି ଯାଇ ପାରିବେ ନାହିଁ।