ରୁଷ୍‌ ବିମାନ ଖସାଇଲା ୟୁକ୍ରେନ୍‌ ସେନା, ପାଇଲଟ୍‌ଙ୍କୁ କବ୍‌ଜାରେ ରଖିଛି

ନୂଆଦିଲ୍ଲୀ: ରୁଷ୍‌ର ଏକ ବୋମାବର୍ଷୀ ବିମାନକୁ ୟୁକ୍ରେନ୍‌ ସେନା ଖସାଇ ଦେଇଛି ଏବଂ ଏହାର ପାଇଲଟ୍‌ଙ୍କୁ ବନ୍ଦୀ କରିଛି। ଚେର୍ନିହିଭରେ ରୁଷ୍‌ ଯୁଦ୍ଧ ବିମାନକୁ କ୍ଷେପଣାସ୍ତ୍ର ଦ୍ବାରା ଖସାଇ ଦିଆଯାଇଥିବା କୁହାଯାଇଛି। ବିମାନର ଅନ୍ୟଜଣେ ସହଯୋଗୀ ପାଇଲଟ୍‌ ମେଜର କ୍ରି‌ବୋଲାପଭଙ୍କ ଏହି ଘଟଣାରେ ମୃତ୍ୟୁ ହୋଇଛି। ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ୟୁ‌କ୍ରେନ୍‌ କବ୍‌ଜାରେ ଥିବା ପାଇଲଟଙ୍କୁ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର