ମସ୍କୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରସଂଶା କରିଛନ୍ତି । ଏହି ପଦକ୍ଷେପ ସହ ଭାରତରେ ବ୍ୟବସାୟ ପାଇଁ ଏକ ସ୍ଥିର ବାତାବରଣ ସୃଷ୍ଟି ପାଇଁ ସେ ମୋଦୀଙ୍କୁ ପ୍ରସଂଶା କରିଛନ୍ତି । ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ମଧ୍ୟ ରୁଷ ରାଷ୍ଟ୍ରପତି ପ୍ରସ୍ତାବ ଦେଇଛନ୍ତି।
ବୁଧବାର ମସ୍କୋରେ ଆୟୋଜିତ ୧୫ତମ ଭିଟିବି ନିବେଶ ମଞ୍ଚରେ ପୁଟିନ୍ କହିଛନ୍ତି ଯେ ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଅଧୀନରେ ରୁଷୀୟ ବଜାରରୁ ହଟାଇ ଦିଆଯାଇଥିବା ପାଶ୍ଚାତ୍ୟ ବ୍ରାଣ୍ଡଗୁଡ଼ିକୁ ବଦଳାଇବା ପାଇଁ ନୂଆ ରୁଷୀୟ ବ୍ରାଣ୍ଡ୍ ସୃଷ୍ଟି ହୋଇଛି। ଏହା ପୂର୍ବରୁ ମଧ୍ୟ ରୁଷ୍ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟ ଏବଂ ତାଙ୍କ ନେତୃତ୍ୱକୁ ଅନେକ ଥର ପ୍ରଶଂସା କରିଥିଲେ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ଅଭିବୃଦ୍ଧିକୁ ସହାୟତା ପାଇଁ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସହଯୋଗ ପାଇଁ ପୁଟିନ ଆହ୍ବାନ ଦେଇଛନ୍ତି । ଏହା ସହ ଆସନ୍ତା ବର୍ଷ ବ୍ରାଜିଲରେ ହେବାକୁ ଥିବା ଶିଖର ସମ୍ମିଳନୀ ନିମନ୍ତେ ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକର ଚିହ୍ନଟ ପାଇଁ ସେ ସଦସ୍ୟ ରାଷ୍ଟ୍ରମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରିକ୍ସ ସହିତ ରୁଷ ଦ୍ବାରା ନିର୍ମାଣ କରାଯାଉଥିବା ନିବେଶ ପ୍ଲାଟଫର୍ମ ସଂପର୍କରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ଏହା ସମସ୍ତ ସହଯୋଗୀ ଦେଶମାନଙ୍କୁ ଉପକୃତ କରିବାର କ୍ଷମତା ରଖୁଛି ଏବଂ ଏହା ଆମ ଅର୍ଥନୀତିଗୁଡ଼ିକୁ ସହାୟତା କରିବା ଓ ବିଶ୍ବ ଦକ୍ଷିଣ ଓ ପୂର୍ବ ଦେଶମାନଙ୍କୁ ଆର୍ଥିକ ସମ୍ବଳ ଯୋଗାଣର ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ହେବ ବୋଲି ଆଶା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/05/8jH3fv8YGZy1fjyK1s11.jpeg)