ନୂଆଦିଲ୍ଲୀ: ଡିସେମ୍ବର ୬ ରେ ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଭାରତ-ଋଷ ମଧ୍ୟରେ ୨୧ ତମ ଶୀର୍ଷ ଆଲୋଚନା ପାଇଁ ଡିସେମ୍ବର ୬ ତାରିଖରେ ଭାରତ ଆସୁଛନ୍ତି ଭ୍ଲାଦିମିର ପୁତିନ । ତାଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କରୋନା କାଳରେ ଉଭୟ ନେତାଙ୍କର ଏହା ପ୍ରଥମ ସାକ୍ଷାତ ହେବ । ଏହି ଶୀର୍ଷ ଆଲୋଚନାରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏନେଇ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି ।

Advertisment

ଡିସେମ୍ବର ୬ ତାରିଖରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଦିଲ୍ଲୀରେ ପହଞ୍ଚିବେ । ଋଷ ରାଷ୍ଟ୍ରପତି ତାଙ୍କ ଭାରତ ଗସ୍ତ ସମୟରେ ଅନେକ ଚୁକ୍ତି ଉପରେ ସ୍ୱାକ୍ଷର କରିବାର ଯୋଜନା ରହିଥିବା ଜଣାପଡ଼ିଛି । ୭.୫ଲକ୍ଷ ଏକେ ୨୦୩ ଆକ୍ରମଣକାରୀ ରାଇଫଲ ଉତ୍ପାଦନ ପାଇଁ ଋଷ ସହିତ ୫,୦୦୦ କୋଟିରୁ ଅଧିକ ମୂଲ୍ୟର ଚୁକ୍ତି ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।