ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିବାକୁ ୧୪ ଦିନ ବିତି ଗଲାଣି। ରୁଷ ୟୁକ୍ରେନ ଉପରେ ନିଜର ଆକ୍ରମଣକୁ ଜାରି ରଖିଛି। ରୁଷର ସେନା ପଛକୁ ଘୁଞ୍ଚିବାକୁ ନାମ ନେଉନାହିଁ। ଏହି ଭୟଙ୍କର ଯୁଦ୍ଧରେ ୟୁକ୍ରେନ ସେନା ଏବଂ ୟୁକ୍ରେନର ନାଗରିକମାନେ ମଧ୍ୟ ରୁଷ ବିରୋଧରେ ବାହାରିଛନ୍ତି। ଅନେକ ଲୋକ ନିଜ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ରୁଷ ସେନାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଜଣେ ସାଧାରଣ ନାଗରିକ ରୁଷର ଟ୍ୟାଙ୍କ ଉପରକୁ ଚଢ଼ି ୟୁକ୍ରେନର ପତକା ଉଡ଼ାଇବାର ଏକ ଭିଡିଓ ଭାଇରାଲ ହୋଇଛି।
ଏହି ଭିଡିଓରେ ଜଣେ ୟୁକ୍ରେନର ବ୍ୟକ୍ତି ହାତରେ ୟୁକ୍ରେନ ଜାତୀୟ ପତକା ଧରି ରୁଷ ଟ୍ୟାଙ୍କ ଉପରକୁ ଚଢ଼ୁଥିବାର ନଜର ଆସିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ଟ୍ୟାଙ୍କ ଉପରକୁ ଚଢ଼ିବା ପରେ ୟୁକ୍ରେନର ପତକା ଉଡ଼ାଉ ଥିବା ଦେଖିବାକୁ ମିଳୁଛି। ଏଭଳି ସାହାସିକତା ଦେଖି ଲୋକମାନେ ତାଙ୍କ ଚାରିପାଖରେ ଏକତ୍ରିତ ହୋଇ ତାଙ୍କୁ ପ୍ରଶଂସା କରୁଛନ୍ତି। ରୁଷର ଟ୍ୟାଙ୍କ ପାଖରେ ଅନେକ ଲୋକ ୟୁକ୍ରେନର ଜାତୀୟ ପତକା ଧରିଥିବାର ବି ନଜର ଆସିଛନ୍ତି।
A Ukrainian climbed onto a Russian tank and hoisted the Ukrainian flag.#UkraineRussianWar#Ukraine#UkraineUnderAttack#UcraniaRussia#RussianUkrainianWarpic.twitter.com/BFrQKZvLlE
— David Muñoz López 🇪🇦🇪🇺🇺🇦 (@dmunlop) March 7, 2022
ନିକଟରେ ୟୁକ୍ରେନରୁ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସାଧାରଣ ନାଗରିକଙ୍କ ଗାଡି ଉପରେ ରୁଷ ଟ୍ୟାଙ୍କ ଆକ୍ରମଣ କରିଥିଲା। ଅଭିଯୋଗ ଅନୁଯାୟୀ, ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିନ ୟୁକ୍ରେନ ନ୍ୟୁଜ୍ ଏଜେନ୍ସି ୟାହଙ୍କ ଦ୍ୱାରା ଟେଲିଗ୍ରାମରେ ଏହି ଭିଡିଓ ସେୟାର କରାଯାଇଥିଲା।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଗତ ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି ଯେ ରୁଷ ସେନା ଆକ୍ରମଣ କରିବା ପରଠାରୁ ୟୁକ୍ରେନରେ ଏଯାବତ ଅତି କମରେ ୪୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୦ ଜଣ ଆହତ ହୋଇଛନ୍ତି।