ତୃତୀୟ ବିଶ୍ୱଯୁଦ୍ଧ: ଦେଶବାସୀଙ୍କୁ ସଜାଗ ରହିବାକୁ କହିଲା ଋଷିଆର ଟିଭି ଚ୍ୟାନେଲ

ରୁଷିଆର ଏକ ଟିଭି ଚ୍ୟାନେଲ୍‌ ନେଇଥିବା ସୂଚନା ଏବେ ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ଟିଭି ଚ୍ୟାନେଲ୍‌ ପକ୍ଷରୁ ନାଗରିକମାନଙ୍କୁ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଆବଶ୍ୟକୀୟ ପ୍ରସ୍ତୁତ ହେବା ପାଇଁ ସୂଚନା ପ୍ରଦାନ କରାଯାଇଛି। ଚ୍ୟାନେଲ୍‌ ଦ୍ୱାରା ଲୋକମାନଙ୍କୁ ନୂଆ ନୂଆ ବୁଦ୍ଧି ସବୁ ମଧ୍ୟ ଦିଆଯାଇଛି। ନିଜ ଶରୀରକୁ ସୁରକ୍ଷା ଦେବା ପାଇଁ ଯାହା ସବୁ ଉପକରଣ ଆବଶ୍ୟକ ତାହାକୁ ପ୍ୟାକିଂ କରିବା ପାଇଁ ବାରମ୍ବାର କୁହାଯାଇଛି।

ଚ୍ୟାନେଲ୍‌ଟିର ନାମ ରୋସିଆ-୨୪। ନିକଟରେ ରୁଷିଆ ଓ ଆମେରିକା ମଧ୍ୟରେ ଉପୁଜିଥିବା ବିବାଦ ଏବଂ ସିରିୟା ସଂପର୍କରେ ଚ୍ୟାନେଲ୍‌ରେ ଦେଖିବାକୁ ମିଳିଛି।

ଏ ସଂପର୍କରେ ସାମ୍ବାଦିକ ଆଲେକ୍‌ଜାଣ୍ଡାର ଗୋଲ୍‌ଟ ରେନ୍‌ ଟିଭିକୁ କହନ୍ତି, ‘ଯେତେବେଳେ ମୁଁ କହିଥିଲି କି ଆମେ ଏକ ଶୀତଳ ଯୁଦ୍ଧରେ ଫସି ସାରିଲେଣି ସେତେବେଳେ ମୋ କଥା କେହି ବିଶ୍ୱାସ କରିନଥିଲେ। ଏବେ ସମେସ୍ତ ତାହାକୁ ହୃଦୟଙ୍ଗମ କରିପାରିବେ। ଏପରିକି ଏକ ଦ୍ୱିତୀୟ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ସାରିଲାଣି ଇତି ମଧ୍ୟରେ। ଏହା ଆରମ୍ଭ ମାତ୍ର।’

ଉଲ୍ଳେଖଯୋଗ୍ୟ, ଟିଭି ଚ୍ୟାନେଲ୍‌ରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା କରି ଦେଶବାସୀମାନଙ୍କୁ ୭ରୁ ୮ ବର୍ଷ ପାଇଁ ଚାଉଳ ଏବଂ ୪ ବର୍ଷ ପାଇଁ ଦଲିଆ ସଂଗ୍ରହ କରିବାକୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର