ତୁର୍କୀରେ ପାଖାପାଖି ଲଗାଗଲା ୟୁକ୍ରେନ ଓ ଋଷର ପତାକା; ଜାଣନ୍ତୁ କାହିଁକି?

ଅଙ୍କାରା: ଯୁଦ୍ଧ ଯୋଗୁଁ ଋଷର ଅନେକ ଦେଶ ସହ ସମ୍ପର୍କ ଖରାପ ହୋଇଛି। ଋଷ ଉପରେ ଅନେକ ଦେଶ କଠୋର ପ୍ରତିବନ୍ଧକ ଲଗାଇଛନ୍ତି। ଋଷ ସହିତ ପ୍ରତିରକ୍ଷା ସମ୍ବନ୍ଧ ଥିବା ସତ୍ତେ ନାଟୋରେ ସାମିଲ ତୁର୍କୀ ତାର ନିନ୍ଦା କରିଥିଲା। ଏପରି ସ୍ଥିତିରେ ତୁର୍କୀ ଏକ ହୋଟେଲରେ ଋଷ ଓ ୟୁକ୍ରେନର ପତାକାକୁ ପାଖାପାଖି ଲଗାଇ ରଖିଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପାଖାପାଖି ଲଗାଯାଇଥିବା ଏହି ଫଟୋ ତୁର୍କୀର ଏଣ୍ଟାଲ୍ୟା ସହରର ଏକ ହୋଟେଲର। ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଭିକ୍ଟୋରୋଭିଚ୍ ଲାଭରଭ୍ ଓ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କ ମଧ୍ୟରେ ଗୁଲେବାଙ୍କ ମଧ୍ୟରେ ଗୁରୁବାର ତୁର୍କୀର ଏଣ୍ଟାଲ୍ୟାରେ ଦ୍ଵିପକ୍ଷୀୟ କଥାବାର୍ତ୍ତା ହୋଇଥିଲା। ଆଶା କରାଯାଉଥିଲା ଦୁଇ ନେତାଙ୍କ ମଧ୍ୟରେ ଶାନ୍ତି ବୁଝାମୁଣାକୁ ନେଇ କୌଣସି ସମାଧାନ ବାହାରି ପାରେ। କିନ୍ତୁ ଏଭଳି କିଛି ହୋଇ ନଥିଲା।

ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ତର୍ଜାତୀୟ କମ୍ପାନିଗୁଡିକ ଋଷ ମାଟି ଛାଡୁଛନ୍ତି। ଏବେ ଜାପାନର ପ୍ରସାଧନ ସାମଗ୍ରୀ କମ୍ପାନି ‘ସିସିଡୋ’ ଋଷ ଛାଡିବାକୁ ଘୋଷଣା କରିଛି। କମ୍ପାନି କହିଛି ସେ ତାର ଉତ୍ପାଦ ଆଉ ଋଷ ପଠାଇବା ନାହିଁ। ଏହା ବ୍ୟତୀତ ଜର୍ମାନୀର ବଡ କମ୍ପାନି ‘ହ୍ୟୁଗୋବସ୍’ ମଧ୍ୟ ଋଷରେ କାମ ବନ୍ଦ କରିବାକୁ ଘୋଷଣା କରିଦେଇଛି।

ସମ୍ବନ୍ଧିତ ଖବର