ବେଲାଋଷରେ ସମରାଭ୍ୟାସ ଆରମ୍ଭ କଲା ଋଷିଆ, ଯୁଦ୍ଧର ପୂର୍ବାଭାସ ବୋଲି କହିଲା ଆମେରିକା

ମସ୍କୋ : ପୂର୍ବ ୟୁରୋପୀୟ ଦେଶ ବେଲାଋଷରେ ଏକ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରିଦେଇଛି ଋଷୀୟ ସେନା । ଏହି ସମରାଭ୍ୟାସରେ ପ୍ରାୟ ୩୦ ହଜାର ସୈନିକ ଭାଗନେବା ସହ ୧୨ଟି ସୁଖୋଇ-୩୫ ଲଢୁଆ ବିମାନ, ୨ଟି ବାଟାଲିଅନ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ, ଟ୍ୟାଙ୍କ ଆଦିର ବ୍ୟବହାର କରାଯାଉଛି । ଶୀତଳ ଯୁଦ୍ଧ ପରେ ବେଲାଋଷରେ ଏହା ହେଉଛି ଋଷିଆର ସର୍ବବୃହତ ସମରାଭ୍ୟାସ ବୋଲି  ନାଟୋ ପକ୍ଷରୁ କୁହାଯାଇଛି ।

Ministry of Defense of Russia

 

ବିଶେଷଜ୍ଞମାନଙ୍କ ମତରେ ଏହି ସମରାଭ୍ୟାସ କରି ଋଷିଆ ଆମେରିକା ଓ ୟୁରୋପକୁ ଏକ ବାର୍ତ୍ତା ଦେବାକୁ ଚାହିଁଛି । ତାହା ହେଉଛି ଯେ, ଋଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ । ବେଲାଋଷ ଉଭୟ ଋଷିଆ ଓ ୟୁକ୍ରେନର ପଡ଼ୋଶୀ ହୋଇଥିବାବେଳେ ଏହା ୟୁକ୍ରେନର ଉତ୍ତର ଦିଗରେ ରହିଛି । ଉତ୍ତର ଦିଗରୁ ବି ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ସକ୍ଷମ ବୋଲି ମସ୍କୋ ଚେତାଇ ଦେଇଛି ।

ଏପରିକି ଯେଉଁ ସ୍ଥାନରେ ସମରାଭ୍ୟାସ ହେଉଛି ତାହା ୟୁକ୍ରେନର ରାଜଧାନୀ କିଏଭଠାରୁ ମାତ୍ର ୧୫୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ । ଆମେରିକା ଓ ନାଟୋ ପକ୍ଷରୁ କୁହାଯାଇଛି ଯେ ଏହି ସମରାଭ୍ୟାସ ଏକ ପ୍ରକୃତ ଯୁଦ୍ଧର ପୂର୍ବଭାସ ହୋଇପାରେ । ୨୦୧୪ରେ ଋଷିଆ ଦ୍ବାରା କ୍ରିମିଆ ଅଧିକାର ପୂର୍ବରୁ ଏହିପରି ଏକ ସମରାଭ୍ୟାସ କରାଯାଇଥିଲା । ଏଣୁ ଏହି ସମରାଭ୍ୟାସକୁ ନେଇ ନାଟୋ ଓ ୟୁକ୍ରେନ ଚିନ୍ତାରେ ପଡ଼ିଯାଇଛି ।

ସମ୍ବନ୍ଧିତ ଖବର