ମୁକେଶ ଆମ୍ବାନିଙ୍କ ସମ୍ପତ୍ତିର ତିନିଗୁଣା ମୂଲ୍ୟର ସୁନା ଲଦା ହୋଇଥିବା ଜାହାଜ ସମୁଦ୍ର ଭିତରୁ ମିଳିଲା !

ନୂଆଦିଲ୍ଲୀ: ଦକ୍ଷିଣ କୋରିୟାର ରେସକ୍ୟୁ ଟିମ୍‌ ଏମିତି ଏକ ଜାହାଜ ସମୁଦ୍ରରୁ ଭିତରୁ ଉଦ୍ଧାର କରିଛନ୍ତି ଯେଉଁଥିରେ ମୁକେଶ ଆମ୍ବାନିଙ୍କ ସମ୍ପତ୍ତି ମୂଲ୍ୟ ଯେତିିକି ତାହାର ତିନିଗୁଣା ସୁନା ସେଥିରେ ଲଦା ହୋଇଥିବା ସୂଚନା ମିିଳିଛି।

୧୯୦୫ରେ ଜାପାନ ଓ ରୁସ ଯୁଦ୍ଧ ସମୟରେ ଜାପାନ ହାତରେ ଏହି ଜାହାଜଟି ଲାଗିଥିଲା। ତେବେ ଜାପାନ ଯୁଦ୍ଧ ସମୟରେ ଏହି ଜାହାଜକୁ ସମୁଦ୍ର ଭିତରେ ବୁଡାଇ ଦେଇଥିଲା। ଜାହାଜର ନାମ ଡିମିିଟ୍ରି ଡୋନସକୋଇ ବୋଲି ଜଣାପଡ଼ିଛି। ୧୧୩ବର୍ଷ ପରେ ଏହି ଜାହାଜର ସନ୍ଧାନ ମିଳି ପାରିଛି।

ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ମୁକେଶ ଆମ୍ବାନିଙ୍କ ସମ୍ପତ୍ତି ମୂଲ୍ୟ ୪୪.୩ ବିଲିୟନ ଡଲର ରହିଛି। ସମୁଦ୍ର ଭିତରୁ ମିଳୁଥିବା ଏହି ଜାଜହରେ ଲଦା ହୋଇଥିବା ସୁନର ମୂଲ୍ୟ ପାଖାପାଖି ୧୩୩ ବିଲିୟନ ଡଲାର ହୋଇଥିବା ଆକଳନ କରାଯାଇଛି। ଏହି ଜାହାଜ ମିଳିବା ପରେ ରୁଷରେ ଅଭିଯାନ ଚାଲିବା ଆରମ୍ଭ ହୋଇଯାଇଛି ଓ ଦାବି କରାଯାଉଛି କି ଏହି ସମସ୍ତ ଖଜଣା ରୁଷକୁ ଫେରାଇ ଦିଆଯାଉ। ଏହି ଜାହାଜକୁ ଖୋଜିବା ପାଇଁ ଅନେକ ଦିନ ହେବ ଯୋଜନା ଚାଲିଥିଲା। ଶେଷରେ ଜୁଲାଇ ୧୪ ତାରିଖ ଦିନ ଦକ୍ଷିଣ କୋରିଆ ସମୁଦ୍ର ତଟସ୍ଥ ଉଲ୍ଲେଉନଗଡୋ ନିକଟରୁ ୪୩୪ମିଟର ତଳୁ ଏହି ଜାହଜ ଥିବା ରେସକ୍ୟୁ ଟିମ୍‌ ସନ୍ଧାନ ପାଇଥିଲେ।

ସମ୍ବନ୍ଧିତ ଖବର