ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଗୋକର୍ଣ୍ଣର ଏକ ଜଙ୍ଗଲରେ ଜଣେ ରୁଷୀୟ ମହିଳାଙ୍କ ସହିତ ତାଙ୍କ ଦୁଇ ଛୋଟ ଝିଅଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯାଇଛି।
ଜଙ୍ଗଲ ଭିତରେ ଏକ ଅସ୍ଥାୟୀ ଘରେ ରହୁଥିବା ସମୟରେ ଗୋକର୍ଣ୍ଣ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ମା’ ଛୁଆଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସେମାନଙ୍କୁ ରୁଷକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି।
ଏଭଳି ଏକ ସମୟରେ ରୁଷୀୟ ମହିଳାଙ୍କ ସ୍ୱାମୀ ସାମ୍ନାକୁ ଆସିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି।
ଇସ୍ରାଏଲୀ ନାଗରିକ ଡ୍ରୋର ଗୋଲ୍ଡଷ୍ଟାଇନ ତାଙ୍କ ଝିଅମାନଙ୍କର ମିଳିତ ହେପାଜତ ଲୋଡିଛନ୍ତି। ଗୋଲ୍ଡଷ୍ଟାଇନ କହିଛନ୍ତି, 'ମୁଁ କେବଳ ଗୋଟିଏ ସପ୍ତାହ ମୋ ଝିଅମାନଙ୍କ ସହିତ କିଛି ସମୟ ବିତାଇବାକୁ ଏବଂ ସେମାନଙ୍କର ଯତ୍ନ ନେବାକୁ ଚାହୁଁଛି। ମୋର ଚିନ୍ତା ହେଉଛି ଯେ ଯଦି ସେମାନେ ଏବେ ରୁଷ ଚାଲିଯାଆନ୍ତି, ତେବେ ସେମାନଙ୍କ ସହିତ ଯୋଗାଯୋଗ ରଖିବା ମୋ ପାଇଁ କଷ୍ଟକର ହୋଇଯିବ। ତେଣୁ ମୁଁ ଚାହୁଁଛି ଯେ ସେମାନେ ଭାରତରେ ରୁହନ୍ତୁ।’
ପ୍ରକାଶିତ ରିପୋର୍ଟ ଅନୁସାରେ, ଇସ୍ରାଏଲୀ ନାଗରିକ ଡ୍ରୋର ଗୋଲ୍ଡଷ୍ଟାଇନ ଏବଂ ନିନା କୁଟିନାଙ୍କର ଦୁଇଟି ଝିଅ ଅଛନ୍ତି। ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣେ ଜୁନ୍ ୨୦୧୮ରେ ୟୁକ୍ରେନରେ ଏବଂ ଅନ୍ୟ ଜଣେ ୨୦୨୦ ମଇରେ ଭାରତର ଗୋଆରେ ଜନ୍ମ ହୋଇଥିଲା।
His name is Dror Goldstein and he is an Israeli citizen. After receiving the news of the rescue of his partner and children, he said that from now on he wants to live with his two daughters. pic.twitter.com/MJB4bmiNYh
— Beautiful mind (@manik199) July 18, 2025
ଗୋଲ୍ଡଷ୍ଟାଇନ୍ ମା' ଏବଂ ପିଲାମାନଙ୍କ ସହିତ ରହିବା ସହିତ ସମସ୍ତ ପ୍ରକାର ସୁବିଧା ତଥା ଆର୍ଥିକ ସହାୟତା ପ୍ରଦାନ କରୁଥିଲେ। କିନ୍ତୁ ଦୁହିଁଙ୍କ ସମ୍ପର୍କରେ ନିର୍ଯାତନା ଏବଂ ଝଗଡ଼ା ଧୀରେଧୀରେ ବୃଦ୍ଧି ପାଇବା ଗୋଲ୍ଡଷ୍ଟାଇନ୍ ନିନାଙ୍କ ଠାରୁ ଦୂରେଇ ଯାଇଥିଲେ।