ମସ୍କୋ: ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚା ଯାଇଥିବା ବୋମା ନେଇଛି ରୁଷ୍ର ରାସାୟନିକ ଓ ଜୈବିକ ସୁରକ୍ଷା ମୁଖ୍ୟଙ୍କ ଜୀବନ। ଜାଣିବାକୁ ମିଳିଛି ଯେ ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇଛି ବୋଲି ରୁଷ୍ର ଅନୁସନ୍ଧାନ କମିଟି ଦର୍ଶାଇଛି।
BREAKING: Lieutenant General Igor Kirillov, head of Russia’s chemical and biological defense forces, killed in Moscow blast pic.twitter.com/ENBbMbXACG
— RT (@RT_com) December 17, 2024
ସେ ହେଉଛନ୍ତି ରୁଷ୍ର ଆଣବିକ, ରାସାୟନିକ ଓ ଜୈବିକ ସୁରକ୍ଷାର ସୈନ୍ୟବାହିନୀର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ। କିରିଲୋଭଙ୍କୁ କ୍ରେମଲିନରୁ ପ୍ରାୟ ୭ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ରିଆଜାନସ୍କି ପ୍ରୋସପେକ୍ଟରେ ଥିବା ଏକ ଆପାର୍ଟମେଣ୍ଟ କୋଠା ନିକଟରେ ହତ୍ୟା କରାଯାଇଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/17/V0cpCU3qxuTYiS2G442X.jpg)