ମସ୍କୋ: ରୁଷ୍ର ୟୁକ୍ରେନ୍ ଆକ୍ରମଣକୁ ନେଇ ସବୁଠି ଆତଙ୍କର ବାତାବରଣ ଲାଗି ରହିଥିବା ବେଳେ ପ୍ରତିଦିନ ଲକ୍ଷାଧିକ ଲୋକ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଆଜି ରୁଷ୍ ୟୁକ୍ରେନ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ୟୁକ୍ରେନ୍ ତା’ର ଗୁପ୍ତ ଏଜେଣ୍ଡା କାର୍ଯକାରୀ କରି ପରମାଣୁ ବୋମା ତିଆରି କରୁଥିଲା ଏବଂ ଏଥିପାଇଁ ଆମେରିକା ୟୁକ୍ରେନ୍କୁ ପ୍ଲୁଟୋନିୟମ ଯୋଗାଇଥିଲା ବୋଲି ରୁଷ୍ର ପ୍ରମୁଖ ନ୍ୟୁଜ୍ ଏଜେନ୍ସିଗୁଡ଼ିକ ଖବର ପ୍ରସାରଣ କରିଛନ୍ତି। ୟୁକ୍ରେନ୍କୁ ଅସ୍ତ୍ର କରି ନାଟୋ ରାଷ୍ଟ୍ରମାନେ ରୁଷ୍ ବିରୋଧରେ ବହୁତ ବଡ଼ ଷଡ଼ଯନ୍ତ୍ର କରିଥିଲେ ଏବଂ ୟୁକ୍ରେନ୍ ନାଟୋରେ ସାମିଲ ହେବାମାତ୍ରେ ରୁଷ୍ ସୀମାରେ ନାଟୋ କ୍ଷେପଣାସ୍ତ୍ର ମୁତୟନ କରିଥାନ୍ତା। ରୁଷ୍କୁ ଚାପରେ ରଖି ପଶ୍ଚିମ ରାଷ୍ଟ୍ରମାନେ ସେମାନଙ୍କ ସଂକୀର୍ଣ୍ଣ ସ୍ବାର୍ଥ ହାସଲ କରିବାକୁ ଚାହୁଥିଲେ ବୋଲି ସାମରିକ ଗୁଇନ୍ଦା ରିପୋର୍ଟ ଆଧାରେ ରୁଷ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ଚେର୍ନୋବିଲ ପରମାଣୁ ଶକ୍ତି କେନ୍ଦ୍ର ନଷ୍ଟ ହୋଇଯିବା ପରେ ୟୁକ୍ରେନ୍ ଆମେରିକା ସହାୟତାରେ ପରମାଣୁ ଅସ୍ତ୍ର ହାସଲ ପାଇଁ ବହୁତ ବଡ଼ ଯୋଜନା କରିଥିଲା ବୋଲି ରୁଷ୍ ସାମରିକ ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି।
ରୁଷ୍ର ସାଂଘାତିକ ଅଭିଯୋଗ: ପରମାଣୁ ବୋମା ତିଆରି କରୁଥିଲା ୟୁକ୍ରେନ୍, ଆମେରିକା ଯୋଗାଇଥିଲା ପ୍ଲୁଟୋନିୟମ
/sambad/media/post_attachments/wp-content/uploads/2022/03/Ukraine-Was-Making-Neuclear-Bomb_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)