୨୦୦୮ରେ ଜର୍ଜିଆ, ୨୦୧୪ରେ କ୍ରିମିଆ ପରେ ଏବେ ଋଷର ଆଖି ୟୁକ୍ରେନ୍ ଉପରେ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ଆରମ୍ଭ ହୋଇଯାଇଛି। ଦୁଇ ଦେଶର ସେନା ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଋଷର ମିସାଇଲ୍ଗୁଡିକ ୟୁକ୍ରେନର ରାଜଧାନୀ କ୍ଵିଭ୍ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ୟୁକ୍ରେନର ସେନା ଋଷର ଅନେକ ସୈନିକଙ୍କୁ ନିହତ କରିଛି ଓ ଦୁଇ ଜଣଙ୍କୁ ବନ୍ଧକ କରି ରଖିଛି ବୋଲି ଦାବି କରିଛି। ୧୪ ବର୍ଷରେ ଋଷ ତୃତୀୟ ଥର ପାଇଁ ଯୁଦ୍ଧ ଲଢୁଛି। ଏହା ପୂର୍ବରୁ ୨୦୦୮ରେ ଜର୍ଜିଆ ଓ ୨୦୧୪ ରେ ୟୁକ୍ରେନର କ୍ରିମିଆ ଉପରେ ଋଷ ଆକ୍ରମଣ କରିଥିଲା।

ଜର୍ଜିଆ ଓ ୟୁକ୍ରେନ୍ ପୂର୍ବରୁ ସୋଭିଏତ ସଙ୍ଘର ଅଂଶବିଶେଷ ଥିଲେ ଓ ୧୯୯୧ରେ ସୋଭିଏତ ସଙ୍ଘ ଭାଙ୍ଗିବା ପରେ ସ୍ଵାଧୀନ ଦେଶ ହୋଇଥିଲେ। ଋଷ ଚାହୁଁଛି ଏହି ଦୁଇଟି ଦେଶରେ ତାର ସମର୍ଥିତ ସରକାର ରହୁ ଓ ଦୁଇଟିଯାକ ଦେଶ ନାଟୋ ଓ ପଶ୍ଚାତ୍ୟ ଦେଶମାନଙ୍କଠାରୁ ଦୂରରେ ରହନ୍ତୁ।

india today

୨୦୦୮ରେ ଋଷ ଜର୍ଜିଆ ବିରୋଧରେ ଯୁଦ୍ଧ କରିଥିଲା ଓ ତାର ଦୁଇଟି ରାଜ୍ୟ ଅବଜାକିୟା ଓ ଦକ୍ଷିଣ ଓସେଶିୟାକୁ ଅଲଗା ଦେଶ ଘୋଷଣା କରିଥିଲା। ଏହାପରେ ୨୦୧୪ରେ ଋଷିଆ କୌଣସି ଯୁଦ୍ଧ ନ ଲଢି ୟୁକ୍ରେନ୍ ଠାରୁ କ୍ରିମିଆକୁ ଅଲଗା କରି ନିଜ ଦେଶରେ ମିଶାଇ ଦେଇଥିଲା।

ଋଷ ରାଷ୍ଟ୍ରପତିଙ୍କ ଅନୁସାରେ ସେ ୟୁକ୍ରେନ୍ ଉପରେ କବ୍ଜା କରିବାକୁ ଚାହୁଁ ନାହାନ୍ତି ବରଂ ସୈନ୍ୟବିହୀନ କରିବାକୁ ଚାହୁଁଛନ୍ତି। ଡନେତ୍ସକ ଓ ଲୁହଂସ୍କର ବହୁତ କମ ଅଂଶ ବିଛିନ୍ନତାବାଦୀଙ୍କ କବଳରେ ଅଛି। ଅଧିକ ଅଞ୍ଚଳର ୟୁକ୍ରେନ୍ ପାଖରେ ଅଛି ଓ ସେଠାରେ ୟୁକ୍ରେନର ସେନା ମୁତୟନ ଅଛନ୍ତି। ପୁତିନ୍ ଚାହୁଁଛନ୍ତି ୟୁକ୍ରେନର ସେନା ଏହି ଜାଗାଗୁଡିକୁ ଖାଲି କରୁ। ଅବଶ୍ୟ ଋଷର ଅସଲ ଲକ୍ଷ୍ୟ ହେଉଛି ନାଟୋ ଓ ଆମେରିକା ଉପରେ ଚାପ ପକେଇବା।

ସମ୍ବନ୍ଧିତ ଖବର