କିବ୍: ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭରୋଭ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କୁ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ସହ ତୁଳନା କରିଛନ୍ତି। ଲାଭରୋଭ କହିଛନ୍ତି, ଉଭୟ ଜେଲେନ୍ସ୍କି ଏବଂ ହିଟଲର୍ ହେଉଛନ୍ତି ନାଜି ଏବଂ ସେମାନଙ୍କ ଦେହରେ ଇହୁଦୀ ରକ୍ତ ପ୍ରବାହିତ ହେଉଛି। ତେବେ ଲାଭରୋଭଙ୍କ ଏହି ଟିପ୍ପଣୀକୁ ଇସ୍ରାଏଲ କଡ଼ା ବିରୋଧ କରିଛି। ଇସ୍ରାଏଲ ବିଦେଶ ମନ୍ତ୍ରୀ ୟେର ଲାପିଡ଼ ରୁଷ୍ ବିଦେଶ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ଲାଭରୋଭଙ୍କ ଟିପ୍ପଣୀ ଅକ୍ଷମଣୀୟ, ଅପମାନଜନକ ଏବଂ ଏହା ଏକ ଐତିହାସିତ ତ୍ରୁଟି। ଲାଭରୋଭଙ୍କ ଟିପ୍ପଣୀକୁ ଜୋରଦାର ବିରୋଧ କରି ଇସ୍ରାଏଲ୍ ଏବେ ରୁଷ୍ଠାରୁ ଏନେଇ ଜବାବ ଚାହିଛି ଏବଂ ରୁଷ୍କୁ ସମନ୍ କରିଛି। ଅନ୍ୟପକ୍ଷେ ମେ’ ୯ ତାରିଖରେ ରୁଷ୍ ଯୁଦ୍ଧରେ ବିଜୟ ଘୋଷଣା କରିପାରେ ବୋଲି କୁହାଯାଉଥିଲା। କିନ୍ତୁ ଏନେଇ ଆଜି ଲାଭରୋଭ ସ୍ପଷ୍ଟ ଟିପ୍ପଣୀ ରଖି କହିଛନ୍ତି, ରୁଷ୍ ମେ’ ୯ ତାରିଖରେ ଯୁଦ୍ଧ ବନ୍ଦ କରିବନି।
ଜେଲେନ୍ସ୍କିଙ୍କୁ ହିଟ୍ଲର ସହ ତୁଳନା କରି ସମାଲୋଚିତ ହେଲେ ରୁଷ୍ ବିଦେଶ ମନ୍ତ୍ରୀ
/sambad/media/post_attachments/wp-content/uploads/2022/05/54654gj65gj4jg132jgjgjddgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)