କିବ୍: କିବ୍ ଓ ଏହାର ଆଖପାଖ ଅଞ୍ଚଳରେ ରୁଷୀୟ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ରେ ଗତ ରାତିରେ ୮ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଛନ୍ତି। ରୁଷ୍ ଆକ୍ରମଣରେ ଆବାସିକ ଅଞ୍ଚଳରେ ନିଆଁ ଲାଗିଯିବାରୁ ରାତି ଆକାଶ ଆଲୋକିତ ହୋଇ ଉଠିଥିଲା। ମେଟ୍ରୋ ଷ୍ଟେସନ୍ ବୋମା ଆଶ୍ରୟସ୍ଥଳର ପ୍ରବେଶପଥ ମଧ୍ୟ ନଷ୍ଟ ହୋଇ ଯାଇଥିଲା ବୋଲି ୟୁକ୍ରେନ୍ ଅଧିକାରୀମାନେ ସୋମବାର କହିଛନ୍ତି।
ଆମେରିକା ଦୂତାବାସଠାରୁ ମାତ୍ର ଏକ କିଲୋମିଟର ଦୂର କିବ୍ର ବ୍ୟସ୍ତବହୁଳ ଶେଭଚେନକିଭସ୍କି ଜିଲ୍ଲାର ଏକ ଆପାର୍ଟମେଣ୍ଟ ବ୍ଲକ୍ର ଭଗ୍ନାବଶେଷରୁ ଉଦ୍ଧାରକାରୀମାନେ ମୃତଦେହଗୁଡ଼ିକ ବାହାର କରିଥିଲେ। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାରେ ଅତି କମ୍ରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କିବ୍ର ସହର ଉପକଣ୍ଠ ଅଞ୍ଚଳରେ ଜଣେ ୬୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୂନ ୮ ଜଣ ଆହତ ହୋଇଛନ୍ତି। ଜରୁରିକାଳୀନ ସେବା କହିଛି ଯେ କିବ୍ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ଶିଶୁଙ୍କ ସମେତ ଅତି କମ୍ରେ ୩୪ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍ର ବାୟୁସେନା କହିଛି ଯେ ୟୁକ୍ରେନ୍ର ୪ଟି ଅଞ୍ଚଳରେ ହୋଇଥିବା ଆକ୍ରମଣରେ ରୁଷିଆ ଦ୍ୱାରା ପ୍ରକ୍ଷେପିତ ୩୫୨ଟି ଡ୍ରୋନ୍ ମଧ୍ୟରୁ ୩୩୯ଟି ଓ ୧୬ଟି କ୍ଷେପଣାସ୍ତ୍ର ମଧ୍ୟରୁ ୧୫ଟିକୁ ଖସାଇ ଦିଆଯାଇଛି।
ଯୁଦ୍ଧର ଅନ୍ତ ଘଟାଇବା ପାଇଁ ହୋଇଥିବା ଆଲୋଚନାରେ କିଛି ସୁଫଳ ମିଳି ନ ଥିବାରୁ ମସ୍କୋ ନିକଟ ସପ୍ତାହରେ କିବ୍ ଓ ୟୁକ୍ରେନ୍ର ଅନ୍ୟାନ୍ୟ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ଜୋରଦାର କରିଛି। ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲିମେନକୋ କହିଛନ୍ତି ଯେ ରାତିରେ ହୋଇଥିବା ଆକ୍ରମଣରେ ସହରର ୧୦ଟି ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ବେଳେ ବହୁଲୋକ ଏବେ ବି କୋଠା ତଳେ ଚାପି ହୋଇ ରହିଥାଇପାରନ୍ତି। ଗତ ସପ୍ତାହରେ ରୁଷ୍ କିବ୍ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଥିଲା, ଯେତେବେଳେ ଶହ ଶହ ଡ୍ରୋନ୍ରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।
କିବ୍ ଅଞ୍ଚଳରେ ରୁଷ୍ର ଜୋର୍ଦାର ଆକ୍ରମଣ: ୮ ମୃତ, ଡଜନାଧିକ ଆହତ
କିବ୍ ଓ ଏହାର ଆଖପାଖ ଅଞ୍ଚଳରେ ରୁଷୀୟ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ରେ ଗତ ରାତିରେ ୮ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଛନ୍ତି। ରୁଷ୍ ଆକ୍ରମଣରେ ଆବାସିକ ଅଞ୍ଚଳରେ ନିଆଁ ଲାଗିଯିବାରୁ ରାତି ଆକାଶ ଆଲୋକିତ ହୋଇ ଉଠିଥିଲା।
/sambad/media/media_files/2025/06/24/mbhnerdfghre-2025-06-24-05-54-35.jpg)