ନୂଆଦିଲ୍ଲୀ: ରୁଷର ସୋସିଆଲ ମିଡିଆ ଇନଫ୍ଲୁଏନସର ତଥା ସବୁଠାରୁ ସୁନ୍ଦର ବାଇକରଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାତ୍ୟାନା ଓଜୋଲିନା ରୁଷର ସବୁଠାରୁ ସୁନ୍ଦର ବାଇକର୍ ବୋଲି କୁହାଯାଉଥିଲା। ତୁର୍କୀରେ ହୋଇଥିବା ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ତୁର୍କୀରେ ତାଙ୍କର ବିଏମଡବ୍ଲୁ ବାଇକ୍ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୩୮ବର୍ଷିୟ ତାତ୍ୟାନା ଓଜୋଲିନା ପ୍ରାଣ ହରାଇଥିବା ସାମ୍ନାକୁ ଆସିଛି।
ତୁର୍କୀ ଗଣମାଧ୍ୟମ ତୁର୍କୀ ଟୁଡେ ଅନୁଯାୟୀ, ତାତ୍ୟାନା ଓଜୋଲିନା ସୋସିଆଲ ମିଡିଆରେ "ମୋଟୋତ୍ୟାନା" ଭାବରେ ଜଣାଶୁଣା। ଦୁର୍ଘଟଣା ସମୟରେ ସେ ମୁଗଲା ଏବଂ ବୋଡରମ୍ ମଧ୍ୟରେ ବାଇକ୍ ଚଳାଉଥିବା ବେଳେ ହଠାତ୍ ସେ ନିଜ ବାଇକରୁ ନିୟନ୍ତ୍ରଣ ହରାଇ ମିଲାସ୍ ନିକଟରେ ଏକ ଟ୍ରକ୍ ସହିତ ମୁହାଁମୁହିଁ ହୋଇଥିଲେ। ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା ​​କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ତାତ୍ୟାନାଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କ ସହ ଥିବା ବାଇକର ଓନୁର ଓବୁତଙ୍କୁ ବଞ୍ଚାଯାଇପାରିଛି। ଦୁର୍ଘଟଣା ପରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/t-247.jpg)