ୟୁକ୍ରେନ୍‌ର କିଛି ଅଂଶ ନିଜ ଦେଶରେ ମିଶାଇବାକୁ ରୁଷ୍‌ର ସଂକେତ

ମସ୍କୋ : ୟୁକ୍ରେନ୍‌ରେ ଯୁଦ୍ଧ ପରିସ୍ଥିତି ଏବେ ରୁଷ୍ ପାଇଁ ପ୍ରତିକୂଳ ହେବାକୁ ଯାଉଥିବାରୁ ଏବଂ ସ୍ଥାନେ ସ୍ଥାନେ ପଛଘୁଞ୍ଚା ଦେବାକୁ ପଡ଼ୁଥିବାରୁ ସମଗ୍ର ୟୁକ୍ରେନ୍ ବଦଳରେ ପୂର୍ବ ଓ ଦକ୍ଷିଣାଞ୍ଚଳରେ ଯେଉଁସବୁ ଅଞ୍ଚଳକୁ ରୁଷ୍ କବଳିତ କରିସାରିଛି ଆହୁରି ଘୋର ଯୁଦ୍ଧ କରି ସେଗୁଡ଼ିକୁ ନିଜ ହାତରେ ସ୍ଥାୟୀ ଭାବେ ରଖିବାକୁ ଏହା ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

କ୍ରେମ୍‌ଲିନର ସଂକେତ ଅନୁସାରେ, ଅନ୍ୟ କେଉଁ ଦେଶ ସ୍ବୀକୃତି ଦିଅନ୍ତୁ ବା ନ ଦିଅନ୍ତୁ ରୁଷ୍ ୟୁକ୍ରେନ୍‌ର କେତେକ ଅଞ୍ଚଳକୁ ନିଜ ଦେଶ ସହ ମିଶାଇଦେବ। ସେସବୁ ଅଞ୍ଚଳ ପାଇଁ ଭବିଷ୍ୟତରେ ଯଦି ୟୁକ୍ରେନ୍ ଯୁଦ୍ଧ କରେ ତେବେ ତାକୁ ରୁଷ୍ ବିରୋଧରେ ଯୁଦ୍ଧ ବୋଲି ଧରିନିଆଯିବ। ଆଉ ତା’ପରେ ବିଶ୍ବର ବୃହତ୍ତମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ପ୍ରତି-ଆକ୍ରମଣ କରିବା ଅଯୌକ୍ତିକ ହେବ ନାହିଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା କାଉନସିଲର ଉପାଧ୍ୟକ୍ଷ ଡିମିଟ୍ରି ମେଡ୍‌ଭେଡେଭ୍‌ ମଙ୍ଗଳବାର କହିଛନ୍ତି।

ସମ୍ବନ୍ଧିତ ଖବର