ଏହି ଭୟଙ୍କର ଅନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ପରୀକ୍ଷା କରିଛି ଋଷିଆ

ମସ୍କୋ: ଋଷିଆ ପକ୍ଷରୁ ଏକ ନୂଆ ଅନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କରାଯାଇଛି । ଏହାର ନାଁ ହେଉଛି ସରମତ୍‌ । ଋଷିଆର ପୁରୁଣା ଆଇସିବିଏମ ଭୋୟେଭୋଡା, ଯାହାକି ପାଶ୍ଚାତ୍ୟ ଜଗତରେ ‘ସୈତାନ’ ନାମରେ ପରିଚିତ ତାହାର ସ୍ଥାନ ନେବ ଏହି ନୂଆ ମିସାଇଲ । ଏହି ମିସାଇଲକୁ ଋଷିଆର ପ୍ଲେସେଟକ କସମୋଡ୍ରୋମରେ ପରୀକ୍ଷା କରାଯାଇଥିଲା ବୋଲି ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଜ ମୁଖପତ୍ରରେ ଘୋଷଣା କରାଯାଇଛି । ଏହାକୁ ବାଲଟିକ ସାଗର ଉପରକୁ ଛଡାଯାଇଥିଲା । ଏହି ନୂଆ ମିସାଇଲଟି ଥର୍ମେନ୍ୟୁକ୍ଲିୟର ବୋମା ବହନ କରିପାରିବ । ଏହା ମଧ୍ୟ ୧୦ଟି ଓ୍ଵାରହେଡ ବହନ କରିପାରିବ । ଏହି ମିସାଇଲଟି ଯେକୌଣସି ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରିପାରିବ ବୋଲି ଜଣାଯାଇଛି । ତେବେ ଏହାର ମାରକ ଦୂରତ୍ୱ କେତେ ତାହା ଋଷିଆ ପକ୍ଷରୁ ଗୁପ୍ତ ରଖାଯାଇଛି ।

ଋଷିଆ ଓ ଆମେରିକା ମଧ୍ୟରେ ତିକ୍ତତା ବଢିଚାଲିଥିବାବେଳେ ଋଷିଆର ଏହି ପରୀକ୍ଷଣର ସମୟକୁ ବେଶ ଗୁରୁତ୍ୱ ଦିଆଯାଉଛି । ଆମେରିକା, ବ୍ରିଟେନ ସମେତ ମୋଟ ୨୦ଟି ୟୁରୋପୀୟ ଦେଶଙ୍କ ପକ୍ଷରୁ ଋଷିଆର କୂଟନିତିଜ୍ଞମାନଙ୍କୁ ବାହାର କରିବା ପରେ ଋଷିଆ ମଧ୍ୟ ତାହାଜ ଜବାବ ଦେଇ ପ୍ରାୟ ୪୦ରୁ ଅଧିକ ୟୁରୋପୀୟ କୂଟନିତିଜ୍ଞଙ୍କୁ ବହିଷ୍କାର କରାଯାଇଛି ।

ସମ୍ବନ୍ଧିତ ଖବର