ରିୟାନ୍‌ ସ୍କୁଲ୍‌ ହତ୍ୟାକାଣ୍ଡ: କଣ୍ଡକ୍ଟର୍‌ ଅଶୋକଙ୍କ ଜାମିନ୍‌ ପାଇଁ ଟଙ୍କା ଦେବେ ଗ୍ରାମବାସୀ

ଗୁରୁଗ୍ରାମ: ମଙ୍ଗଳବାର ଦିନ ରିୟାନ୍‌ ସ୍କୁଲ୍‌ ବସ୍‌ କଣ୍ଡକ୍ଟର୍‌ ଅଶୋକ କୁମାରଙ୍କୁ ଜାମିନ ମିଳିଛି। ବୁଧବାର ଦିନ ସେ ଜେଲ୍‌ରୁ ବାହାରିବାର ସମ୍ଭାବନା ଅଛି। ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ସେପ୍ଟେମ୍ବର ୮ ତାରିଖ ଦିନ ଜେଲ୍‌ର ଭର୍ତ୍ତି କରାଯାଇଥିଲା।

ସିବିଆଇ ହାତକୁ ମାମଲା ଯିବା ପରେ ଅଶୋକ ହତ୍ୟାକାରୀ ନୁହନ୍ତି ବୋଲି ଜଣା ପଡ଼ିଥିଲା। ଅତିରିକ୍ତ ସେସନ୍‌ ଜଜ୍‌ ରଜନୀ ଯାଦବ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି। ଗୁରୁଗ୍ରାମ ଅନ୍ତର୍ଗତ ଘମ୍ରୋଜ୍‌ ଗାଁରେ ବାସ କରୁଥିବା ଅଶୋକଙ୍କ ପରିବାରଙ୍କୁ ଗ୍ରାମବାସୀ ତାଙ୍କର ଜାମିନ ବାବଦ ଅର୍ଥ ପୈଠ କରିବାକୁ ଦେଇଛନ୍ତି।

ଅଶୋକ ଗିରଫ ହେବା ଦିନଠାରୁ ଗ୍ରାମବାସୀମାନେ ତାଙ୍କ ପାଇଁ ଟଙ୍କା ଆଦାୟ କରିବା ଆରମ୍ଭ କରିଥିଲେ। ଗ୍ରାମବାସୀମାନେ ୧୦୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ଲେଖାଏଁ ଟଙ୍କା ଦେଇଛନ୍ତି। ଏ ପର୍ଯ୍ୟନ୍ତ ସମୁଦାୟ ୨ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର