ଏସ୍‌-୪୦୦ ଚୁକ୍ତି ଭାରତ ଉପରେ ଶୀଘ୍ର ନିଷ୍ପତ୍ତି: ଟ୍ରମ୍ପ୍‌

ୱାସିଂଟନ୍: ରୁଷ୍‌ ନିକଟରୁ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବିଧ୍ବଂସକ କିଣିବା ପାଇଁ ଭାରତ ନିଷ୍ପତ୍ତି ନେଇଥିବା ବେଳେ ଆମେରିକାର କଟକଣା ଉପରେ ଏବେ ନଜର ରହିଛି। ତେବେ ଆମେରିକା ଏ ବାବଦରେ ଶୀଘ୍ର ନିଷ୍ପତ୍ତି ନେବ ବୋଲି ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ହ୍ବାଇଟ୍‌ ହାଉସ୍‌ର ଓଭାଲ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଟ୍ରମ୍ପ୍ କହିଛନ୍ତି, ଏସ୍‌-୪୦୦ ଚୁକ୍ତି ପାଇଁ ଭାରତ ଉପରେ ଦଣ୍ଡବିଧାନ କରାଯିବ କି ନାହିଁ, ସେ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ। ଏହି ସମୟରେ ଓଭାଲ୍‌ କାର୍ଯ୍ୟାଳୟ‌େର ଦେଶର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର