ନୂଆଦିଲ୍ଲୀ : ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଚାଲିଥିବା ବେଳେ ରୁଷ୍ ଭାରତକୁ ୩ଟି ରେଜିମେଣ୍ଟ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପଠାଇସାରିଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏପର୍ଯ୍ୟନ୍ତ ଭାରତକୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମର ୩ଟି ୟୁନିଟ୍ ମିଳିସାରିଛି, ଯାହାର ମୁତୟନ ମଧ୍ୟ ଶେଷ ହୋଇଛି। ଋଷିଆର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମର ତୃତୀୟ ଅପରେସନଲ ସ୍କ୍ୱାଡ୍ରନ୍ ଭାରତକୁ ଆସିବା ପରେ ଏହାକୁ ଉତ୍ତର-ପୂର୍ବ ସେକ୍ଟରରେ ମୁତୟନ କରାଯାଇଛି ଯେଉଁଠାରେ ଗତ ତିନି ବର୍ଷ ଧରି ଚୀନ୍ ସହ ଉତ୍ତେଜନା ଲାଗି ରହିଛି।

Advertisment

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନା ଏସ-୪୦୦କେର ପ୍ରଥମ ଡେମୋ କ୍ଷେପଣାସ୍ତ୍ର ନିକ୍ଷେପ ପାଇଁ ପ୍ରସ୍ତୁତି ଶେଷ କରିଛି, ଯାହାର ପ୍ରଥମ ଫାୟାରିଂ ସମୁଦ୍ରରେ ହେବ ଏବଂ ଏଥିପାଇଁ ଖୁବ୍ ଶୀଘ୍ର ବାୟୁସୁରକ୍ଷା ସତର୍କତା ପାଇଁ ନୋଟିସ୍ ଜାରି କରାଯିବ। ଭାରତକୁ ଏସ୍-୪୦୦ ପଠାଇବା ପୂର୍ବରୁ ରୁଷିଆରେ ଏହାର ପରୀକ୍ଷଣ କରାଯାଇଛି ଏବଂ ଏହାକୁ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଭାରତୀୟ ଅଧିକାରୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି, କିନ୍ତୁ ଭାରତ ସୀମାରେ ମୁତୟନ ହେବା ପରେ ପ୍ରଥମ ଥର ପାଇଁ ଏସ୍-୪୦୦ ପରୀକ୍ଷା କରାଯିବ ।

ଏସ-୪୦୦ ଭାରତରେ ମୁତୟନ ହେବା ପରେ ତାହା ଭାରତର ଶକ୍ତିକୁ ବହୁଗୁଣିତ କରିବ। ଏହା ଚୀନ ଓ ପାକିସ୍ତାନର କ୍ଷେପଣାସ୍ତ୍ର ଓ ବିମାନକୁ ଆକାଶରେ ହିଁ ଧ୍ବଂସ କରିଦେବ ।