ଏସ-୪୦୦ ଚାଳନା ତାଲିମ ପାଇଁ ଚଳିତ ବର୍ଷ ଋଷିଆ ଯିବ ଭାରତୀୟ ବାୟୁସେନା ଟିମ

ନୂଆଦିଲ୍ଲୀ : ଆମେରିକାର କଟକଣା ଧମକ ଓ ନାଲିଆଖି ସତ୍ତ୍ୱେ ଭାରତ ଋଷିଆ ଠାରୁ ଏସ-୪୦୦ ଟ୍ଵିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ବାତିଲ କରିବ ନାହିଁ । ଏକଥା ଭାରତ ସରକାର ବାରମ୍ବାର ସ୍ପଷ୍ଟ କରିଦେଇଛନ୍ତି । ଏବେ ଭାରତ ସରକାର ମଧ୍ୟ ଏସ-୪୦୦ କ୍ରୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଏସ-୪୦୦ ପରିଚାଳନା ତାଲିମ ପାଇଁ ଇତି ମଧ୍ୟରେ ଭାରତୀୟ ବାୟୁସେନାର ଏକ ଦଳ ଚଳିତ ବର୍ଷ ଶେଷ ସୁଦ୍ଧା ଋଷିଆ ଯିବେ । ଏଥିପାଇଁ ବାୟୁସେନା ଅଫିସରମାନଙ୍କୁ ଚିହ୍ନଟ ଶେଷ ହୋଇଛି ।

ଗତ କାଲି ଜାପନର ଓସାକାଠାରେ ଅନୁଷ୍ଠିତ ଜି-୨୦ ବୈଠକ ଅବସରରେ ହୋଇଥିବା ମୋଦି-ଟ୍ରମ୍ପ ଆଲୋଚନାରେ ଏହି ପ୍ରସଙ୍ଗ ଉଠିନଥିଲା । କିଛି ଦିନ ତଳେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ସ୍ପଷ୍ଟ କରିଥିଲେ ଯେ ଭାରତ ଏସ-୪୦୦ କିଣିବା ପାଇଁ ଚୁକ୍ତି କରିସାରିଛି ଓ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଣୁ ଏହି ଚୁକ୍ତିରୁ ଓହରିବାର ପ୍ରଶ୍ନ ଉଠୁନାହିଁ ।

ସମ୍ବନ୍ଧିତ ଖବର