ପଂଜାବରେ ଏସ୍‌-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା କାର୍ଯ୍ୟକ୍ଷମ

ଯୁଦ୍ଧ ସତ୍ତ୍ବେ ଦ୍ବିତୀୟ ରେଜିମେଣ୍ଟ୍‌ ପଠାଇବା ପ୍ରକ୍ରିୟା ଆରମ୍ଭ

ମସ୍କୋ: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ୍‌ ନିଜର ମହାଶକ୍ତିଶାଳୀ ତଥା ସର୍ବାଧୁନିକ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ର ଦ୍ୱିତୀୟ ରେଜିମେଣ୍ଟ ଭାରତକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଭାରତକୁ ଗତ ଡିସେମ୍ବରରେ ଆସିଥିବା ଏସ୍‌-୪୦୦ର ପ୍ରଥମ ରେଜିମେଣ୍ଟ୍‌ ଏବେ ପଂଜାବରେ କାର୍ଯ୍ୟକ୍ଷମ ହୋଇଯାଇଛି। ସମଗ୍ର ପାକିସ୍ତାନ ସୀମା ଏବଂ ଚୀନ୍‌ର କେତେକ ଅଂଚଳ ଉପରେ ଏହି ବ୍ୟବସ୍ଥା ଦ୍ବାରା ନଜର ରଖାଯାଉଛି । ଏସ୍‌-୪୦୦ ମୁତୟନ ପରେ ଚୀନ୍‌ ଭାରତକୁ ଆଖି ଦେଖାଇବା ଏତେ ସହଜ ହେବନାହିଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ଏବେ ଦ୍ବିତୀୟ ରେଜିମେଣ୍ଟ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥବାରୁ ରୁଷ୍‌ ଭାରତ ପ୍ରତି ରହିଥବା ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରିଛି।

ଆମେରିକା ଓ ପଶ୍ଚିମ ରାଷ୍ଟ୍ରଙ୍କ ଚାପ ସତ୍ତ୍ବେ ଏହି ପ୍ରକ୍ରିୟା ଶେଷ ହେବାରେ କୌଣସି ସାଲିସ କରାଯିବ ନାହିଁ ବୋଲି ରୁଷ୍‌ ସ୍ପଷ୍ଟ କରିଦେଇଛି । ୟୁକ୍ରେନ୍‌ ସହ ଭୟଙ୍କର ଯୁଦ୍ଧ ଭିତରେ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ପରି ଏକ ଶକ୍ତିଶାଳୀ ଅସ୍ତ୍ର ଭାରତକୁ ରପ୍ତାନି କରି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମାଲୋଚକମାନଙ୍କୁ ନିରବ କରି ଦେଇଛନ୍ତି। ପାଶ୍ଚାତ୍ୟ ଗଣମାଧ୍ୟମରେ ଦାବି କରାଯାଇଥିଲା ଯେ ୟୁକ୍ରେନ ଯୁଦ୍ଧ ହେତୁ ରୁଷ୍‌ ସେନା ଅସ୍ତ୍ରଶସ୍ତ୍ର ଅଭାବର ସମ୍ମୁଖୀନ ହେଉଛନ୍ତି। ତେବେ ଏହା ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା କେବଳ ବିଭ୍ରାନ୍ତି ପାଇଁ ଉଦ୍ଦିଷ୍ଟ ଥିବା ସ୍ପଷ୍ଟ ହୋଇଯାଇଛି । ଯୁଦ୍ଧ ଯୋଗୁଁ ଅତି କଠୋର ଆର୍ଥିକ କଟକଣା ଭିତରେ ରୁଷ୍‌ ଏସ୍‌-୪୦୦ ବ୍ୟବସ୍ଥାର ଯୋଗାଣ ଭାରତକୁ ଜାରି ରଖିବା ପଶ୍ଚିମ ଯୁଦ୍ଧନୀତି ବିଶେଷଜ୍ଞମାନଙ୍କୁ ବି ଚିନ୍ତାରେ ପକାଇ ଦେଇଛି । ଭାରତ ମଧ୍ୟ ଆମେରିକାର କଟକଣା ଧମକକୁ ଖାତିର ନକରି ଆଗକୁ ବଢ଼ିବାରୁ ରୁଷ୍‌ ଭାରତର ନୀତିକୁ ସମର୍ଥନ କରି ଏସ୍‌-୪୦୦ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଥିଲା।

ଏସ୍‌-୪୦୦ର ଦ୍ବିତୀୟ ରେଜିମେଣ୍ଟ କେବଳ ଚୀନ୍‌କୁ ରୋକିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରଣନୀତିକ କ୍ଷେତ୍ରରେ ମୁତୟନ ହେବ। ଏସ୍‌-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ପ୍ରଣାଳୀ ରହିଛି ଏବଂ ଏହାକୁ ଟାର୍ଗେଟ୍‌ କରିବା ଶତ୍ରୁ ରାଷ୍ଟ୍ର ପାଇଁ ଏତେ ସହଜ ହେବନାହିଁ। ଭାରତ ରୁଷ୍‌ ସହ ଏସ୍‌-୪୦୦ ବାବଦରେ ମୋଟ ୪୦ ହଜାର କୋଟି ଟଙ୍କାର କାରବାର ପାଇଁ ଚୁକ୍ତି କରିଛି ଏବଂ ଭାରତ ମୋଟ ୫ଟି ସ୍କ୍ବାଡ୍ରନ୍‌ ହାସଲ କରିବ

ସମ୍ବନ୍ଧିତ ଖବର