ମସ୍କୋରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଚୀନ ପ୍ରତିପକ୍ଷଙ୍କୁ ଭଟିବେ

ନୂଆଦିଲ୍ଲୀ : ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆଜି ଋଷିଆର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ଅବସରରେ ସେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନର ସେନା ମୁହାଁମୁହିଁ ଥିବାବେଳେ ଜୟଶଙ୍କର ଓ ଓ୍ଵାଙ୍ଗଙ୍କ ସାକ୍ଷାତକୁ ଗୁରୁତ୍ୱ ଦିଆଯାଉଛି । ଏହି ସାକ୍ଷାତ ଉପରେ ସମଗ୍ର ବିଶ୍ୱର ନଜର ରହିଛି ।

ବାରମ୍ବାର ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା ପରେ ମଧ୍ୟ ଭାରତ ଚୀନ ମଧ୍ୟରେ ଉତ୍ତେଜନା ବଢିଚାଲିଛି । ଏପରିକି ଗତ ସପ୍ତାହରେ ମସ୍କୋଠାରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ େଓ୍ଵଇ ଫେଙ୍ଗିଙ୍କ ସହ ଆଲୋଚନା ପରେ ମଧ୍ୟ ଉତ୍ତେଜନା କମିବ କଣ ଆହୁରି ବଢିଯାଇଛି । ସ୍ଥିତି ଏତେ ଖରାପ ହୋଇଛି ଯେ ଯେକୌଣସି ସମୟରେ ଯୁଦ୍ଧ ଲାଗିବାର ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ ଜୟଶଙ୍କର ଓ ଓ୍ଵାଙ୍ଗଙ୍କ ସାକ୍ଷାତ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । କେତେକ ବିଶେଷଜ୍ଞ ଏହି ବୈଠକକୁ ନେଇ ଆଶାବାଦୀ ଥିଲେ ମଧ୍ୟ ଆଉ କେତେକ କହୁଛନ୍ତି ଯେ ଏହି ବୈଠକରୁ କୌଣସି ସୁଫଳ ମିଳିବାର ଆଶା ନାହିଁ ।

ସମ୍ବନ୍ଧିତ ଖବର