ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍‌ ସାଗରରେ ବିଶ୍ବାସହାନୀ କଲାଭଳି କାର୍ଯ୍ୟକଳାପ ଓ ଘଟଣା ବିଷୟରେ ଭାରତ ଉଦ୍‌ବେଗ ପ୍ରକାଶ କରିବା ସହ ଆନ୍ତର୍ଜାତିକ ଆଇନ ଅନୁସରଣ ଏବଂ ଅଞ୍ଚଳଗତ ଅଖଣ୍ଡତା ଓ ସାର୍ବଭୌମତ୍ବ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉପରେ ଗୁରୁତ୍ବାରୋପ କରିଛି।

Advertisment

ଶନିବାର ଦିନ ୧୫ଶ ‘ଇଷ୍ଟ୍‌ ଏସିଆ ସମିଟ୍‌’ରେ (ଇଏଏସ୍‌) ଭାରତର ପ୍ରତିନିଧିତ୍ବ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାଷଣ ଦେଇ ଉପରୋକ୍ତ ମନ୍ତବ୍ୟ ଦେବା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏହି ଅଞ୍ଚଳକୁ ସେ ୧୦ ‘ଏସିଆନ୍‌’ ରାଷ୍ଟ୍ରର ଅଖଣ୍ଡ ଏବଂ ପ୍ରାକୃତିକ ସାମୁଦ୍ରିକ ଅଞ୍ଚଳ ବୋଲି ବିଚାର କରନ୍ତି ବୋଲି କହିଛନ୍ତି।

publive-image Image Courtesy of Indian Express

ଏହି ଭର୍ଚୁଆଲ୍‌ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଭିଏତ୍‌ନାମର ପ୍ରଧାନମନ୍ତ୍ରୀ ଏଚ୍‌ ଇ ନ୍ୟୁଏନ୍‌ ଚୁଆନ୍‌ ଫୁକ୍। ଏଥିରେ ‘ଇଏଏସ୍‌’ର ୧୮ଟିଯାକ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ।

କୋଭିଡ୍‌-୧୯ ସଂକ୍ରାନ୍ତରେ ‘ଇଏଏସ୍‌’ ନେତାମାନଙ୍କୁ ସୂଚନା ଦେଇ ଜୟଶଙ୍କର ଭାରତର ମହାମାରୀ ମୁକାବିଲା କଥା କହିବା ସହ ଆନ୍ତର୍ଜାତିକ ସମୁଦାୟଙ୍କୁ ସାହାଯ୍ୟ କରିବାରେ ଭାରତର ଉଦ୍ୟମ ଉପରେ ଆଲୋକପାତ କରିଥିଲେ।