ଏସ୍‌ ଜୟଶଙ୍କର ସବୁଠୁ ଯୋଗ୍ୟତାସମ୍ପନ୍ନ ରାଜ୍ୟସଭା ପ୍ରାର୍ଥୀ

ଅହମଦାବାଦ୍‌ : ଗୁଜରାଟ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀ ସେମାନଙ୍କ ସତ୍ୟପାଠ ଦାଖଲ କରି ସ‌ାରିଛନ୍ତି। ଏହି ସତ୍ୟପାଠ ଆଧାରରେ ଜଣାପଡ଼ିଛି ଯେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ସେମାନଙ୍କ ମଧ୍ୟରେ ସବୁଠୁ ଯୋଗ୍ୟତାସମ୍ପନ୍ନ ଏବଂ ବିଜେପିର ଅନ୍ୟ ଜଣେ ପ୍ରାର୍ଥୀ ଜୁଗଳି ଠାକୁର ସବୁଠୁ ଧନୀ। ଠାକୁରଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦୧ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। କଂ‌ଗ୍ରେସ ପ୍ରାର୍ଥୀ ଚନ୍ଦ୍ରିକା ଚୁଡ଼ାସ୍ମା ତାଙ୍କର ସମ୍ପତ୍ତି ପରି ୨.୫୬ କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି। ୪ ପ୍ରାର୍ଥୀଙ୍କ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣ ସବୁଠୁ କମ୍‌।

ସମ୍ବନ୍ଧିତ ଖବର