ନୂଆଦିଲ୍ଲୀ: ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍ ଭୁଟ୍ଟୋ-ଜର୍ଦାରିଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ (ଏସ୍ସିଓ) ‘କନ୍କ୍ଲେଭ୍’କୁ ପାଛୋଟି ନେଇଛନ୍ତି।
ସମ୍ମିଳନୀସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଯୋଡ଼ହସ୍ତରେ ପରସ୍ପରକୁ ଅଭିବାଦନ ଜଣାଇବା ପରେ ଫଟୋ ପାଇଁ ‘ପୋଜ୍’ ଦେଇଥିଲେ। ଏହା ପରେ ଜୟଶଙ୍କର ତାଙ୍କୁ ସମ୍ମଳନୀ ସ୍ଥଳ ଭିତରକୁ ପାଛୋଟି ନେଇଥିଲେ।
ବିଲ୍ୱାଲ୍ ଭୁଟ୍ଟୋ-ଜର୍ଦାରି ହେଉଛନ୍ତି ପ୍ରାୟ ୧୨ ବର୍ଷ ପରେ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଥିବା ଜଣେ ବରିଷ୍ଠ ନେତା। କିନ୍ତୁ, ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଦ୍ବିପାକ୍ଷିକ ଆଲୋଚନା ହୋଇନାହିଁ।
/sambad/media/post_attachments/wp-content/uploads/2023/05/bhutto-1024x636.jpg)
ଆଜି ଗୋଆ ବିମାନ ବନ୍ଦରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଜେ. ପି. ସିଂହ ସ୍ବାଗତ କରିଥିଲେ। ସେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ‘ପାକିସ୍ତାନ-ଆଫଗାନିସ୍ତାନ-ଇରାନ୍’ ଡିଭିଜନ୍ର ଦାୟିତ୍ବରେ ଅଛନ୍ତି।
ଜମ୍ମୁ ଓ କଶ୍ମୀରରେ ଇସ୍ଲାମାବାଦର ସୀମାପାରି ଆତଙ୍କବାଦ ଉପଯୋଗ ସମେତ ଦୁଇ ଦେଶ ମଧ୍ୟରେ ଗୁଡ଼ାଏ ସମସ୍ୟା ଥିବା ସମୟରେ ଭୁଟ୍ଟୋ ‘ଏସ୍ସିଓ’ କାଉନ୍ସିଲ୍ ଅଫ୍ ଫରେନ୍ ମିନିଷ୍ଟର୍ସ’ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି।