ନୂଆଦିଲ୍ଲୀ: ପୂର୍ବତନ ବିଦେଶ ସଚିବ ଏସ୍ ଜୟଶଙ୍କର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ୨୦୧୫ରେ ଜୟଶଙ୍କର ଭାରତର ବିଦେଶ ସଚିବ ନିଯୁକ୍ତ ହୋଇଥିଲେ। ଭାରତ ଚୀନ୍ ମଧ୍ୟରେ ଲାଗିଥିବା ଡୋକଲାମ୍ ବିବାଦର ଅନ୍ତ ଘଟାଇବାରେ ସେ ଗୁରୁ ଦାୟିତ୍ବ ନିର୍ବାହ କରିଥିଲେ । ଡୋକଲାମ ବିବାଦର ସମାଧାନ ପାଇଁ ସେ ଭାରତ ଏବଂ ଚୀନ୍ ମଧ୍ୟରେ ବୁଝାମଣା ସଂପନ୍ନ କରିବାରେ ସଫଳ ହୋଇଥିଲେ। ଭାରତୀୟ କୂଟନୀତିଜ୍ଞ ଜୟଶଙ୍କର ୧୯୭୭ରେ ବିଦେଶ ସେବାରେ ଯୋଗ ଦେଇଥିଲେ ଏବଂ କୂଟନୀତିଜ୍ଞ ଜି ପାର୍ଥସାରଥୀଙ୍କର ସେ ସ୍ବତନ୍ତ୍ର ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ। ବିଦେଶ ମନ୍ତ୍ରାଳୟରେ ଜୟଶଙ୍କର ଯୁଗ୍ମ ସଚିବ ଥିବାବେଳେ ଭାରତ-ଆମେରିକା ବେସାମରିକ ପରମାଣୁ ଚୁକ୍ତିନାମାର ସଫଳ ବୁଝାମଣା ଦିଗରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୪ରେ ଭାରତ ମହାସାଗରରେ ଆସିଥିବା ସୁନାମି ସମୟରେ ମଧ୍ୟ ସେ ରିଲିଫ୍ କାର୍ଯ୍ୟକ୍ରମର ପରିଚଳାନା ଏବଂ ପ୍ରତିରକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିଥିଲେ। ୨୦୦୬-୦୭ରେ ସେ ଆମେରିକା ସହ ୧୨୩ଟି ଚୁକ୍ତିର ରାଜିନାମା ପାଇଁ ଭାରତୀୟ ଟିମ୍ର ନେତୃତ୍ବ ନେଇଥିଲେ। ଜୟଶଙ୍କର ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେବାପରେ ଚୀନ୍-ଭାରତ ସମ୍ପର୍କରେ ମଧ୍ୟ ଅନେକ ସୁଧାର ଆସିଥିଲା। ୨୦୧୯ରେ ଜୟଶଙ୍କରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ମୋଦୀ ୨.୦ରେ, ଏସ୍. ଜୟଶଙ୍କର
/sambad/media/post_attachments/wp-content/uploads/2019/05/jaya-s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)