ଇସ୍ରୋର ମୁଖ୍ୟ ହେଲେ ଏସ୍ ସୋମନାଥ: ଏଭଳି ଥିଲା ରକେଟ ଇଂଜିନିୟରରୁ ଇସ୍ରୋ ମୁଖ୍ୟ ପର୍ଯ୍ୟନ୍ତ ଯାତ୍ରା

ନୂଆଦିଲ୍ଲୀ: ଦୃଢ ଇଚ୍ଛା ଶକ୍ତି ଯେ ଅସାଧ୍ୟକୁ ସାଧ୍ୟ କରିପାରେ ତାହା ଦେଖିବାକୁ ମିଳିଛି ଇସ୍ରୋ ମୁଖ୍ୟ ହୋଇଥିବା ଏସ୍ ସୋମନାଥଙ୍କଠାରେ । ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଛନ୍ତି । ତିରୁବନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ନିର୍ଦ୍ଦେଶକ ଥିବା ଏସ ସୋମନାଥ ଜଣେ ରକେଟ ବିଶେଷଜ୍ଞ ଓ ଏୟାରସ୍ପେସ ଇଂଜିନିୟର ଭାବେ ବେଶ ଜଣାଶୁଣା।

ଏହା ପୂର୍ବରୁ ଏସ୍ ସୋମନାଥ ତିରୁବନନ୍ତପୁରମସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ ସେଣ୍ଟର ନିର୍ଦ୍ଦେଶକ ଥିଲେ । ଇସ୍ରୋର ଯେତେଗୁଡିଏ ରକେଟର ବିକାଶ ହୋଇଛି ସେଥିରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସୋମନାଥ ଜଣେ ଲଞ୍ଚ ଭେଇକିଲ ଡିଜାଇନ ମାଷ୍ଟର ଭାବେ ବି ବେଶ ଜଣାଶୁଣା । ସେ ଲଞ୍ଚ ଭେଇକିଲ ସିଷ୍ଟମ ଇଂଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ, ଷ୍ଟକଚରାଲ ଡାଇନୋମିକ୍ସ ଓ ପାଇରୋଟେକନିକ୍ସର ଜଣେ ବିଶେଷଜ୍ଞ ।

ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ ଜିସାଟ-ଏମକେ୧୧(ଏଫ୦୯) କୁ ଅପଗ୍ରେଡ କରିବା କାମରେ ଲାଗିଥିଲେ । ଏହା ମାଧ୍ୟମରେ ଭାରି ସଞ୍ଚାର ସାଟେଲାଇଟକୁ ଅନ୍ତରୀକ୍ଷରେ ଲଞ୍ଚ କରାଯାଇ ପାରିବ । ଏହା ବ୍ୟତୀତ ଏସ୍ ସୋମନାଥ ଜିସାଟ-୬ଏ କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ବି କାମ କରୁଛନ୍ତି । ଏହା ଦ୍ୱାରା ରିମୋର୍ଟ ସୋର୍ସିିଂ ସାଟେଲାଇଟକୁ ଠିକ୍ ଢଙ୍ଗରେ ଲଞ୍ଚ କରାଯାଇ ପାରିବ ।

ଏସ୍ ସୋମନାଥ ଏର୍ଣ୍ଣାକୁଲମର ମହାରାଜା କଲେଜରୁ ପ୍ରି ଡିଗ୍ରୀ ପ୍ରୋଗ୍ରାମ ଶେଷ କରିଛନ୍ତି । ଏହାପରେ ସେ କେରଳ ୟୁନିଭରସିଟିର କ୍ୱିବଲାନସ୍ଥିତ ଟିକେଏମ କଲେଜ ଅଫ୍ ଇଂଜିନିୟରିଂରୁ ମେକାନିକାଲ ଇଂଜିନିୟରିଂ ପାଠ୍ୟକ୍ରମ ସମାପ୍ତ କରିଛନ୍ତି । କେବଳ ସେତିକି ନୁହେଁ ଏହାପରେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଏୟାରସ୍ପେସ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରି ରକେଟ ଡାଇନୋମିକ୍ସ ଓ କଣ୍ଟ୍ରୋଲ ଉପରେ ବିଶେଷଜ୍ଞତା ହାସଲ କରିଥିଲେ ।

ସ୍ନାତକ ଶେଷ କରିବା ପରେ ଏସ୍ ସୋମନାଥ ବିକ୍ରମ ସାରାଭାଇ ସ୍ପେଷ୍ଟ ସେଣ୍ଟରରେ ଯୋଗ କରିଥିଷଲ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପିଏସଏଲଭି ପ୍ରୋଜେକ୍ଟ ସହ କାମ କରିଥିଲେ ।

ସମ୍ବନ୍ଧିତ ଖବର