ତିହାର୍‌ ଜେଲ୍‌ରେ ଏଭଳି କଟିଥିଲା ଜୀବନ, ୫ ଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ : ୨୦୧୩ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ର ଜଣେ ଆଗଧାଡ଼ିର ଖେଳାଳି ଥିଲେ ଶ୍ରୀସନ୍ଥ । ସେ କେବେ ହେଲେ ବି ହାର୍‌ ମାନୁ ନ ଥିବା ବେଳେ ନିଜ ଦଳକୁ ଜିତାଇବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖୁଥିଲେ । କିନ୍ତୁ ସ୍ପଟ୍‌ ଫିକ୍ସିଂ ମାମଲାରେ ପଡ଼ିବା ପରେ ଶ୍ରୀସନ୍ଥଙ୍କ କ୍ୟାରିୟର ବୁଡ଼ି ଯାଇଥିଲା । ୨୦୧୩ରେ ହୋଇଥିବା ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିବା ପରେ ସେ ନିଜକୁ ନ୍ୟାୟ ଦେବା ପାଇଁ ଆଇନର ଲଢ଼େଇ ଲଢ଼ିଥିଲେ । ଶେଷରେ ତାଙ୍କୁ ସଫଳତା ମିଳିଥିଲେ ମଧ୍ୟ ୨୬ଦିନ ତାଙ୍କୁ ତିହାର୍‌ ଜେଲ୍‌ରେ ବନ୍ଦୀଭାବେ ରହିବାକୁ ପଡ଼ିଥିଲା ।

Related image
The Economic Times

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌କୁ ଦେଇଥିବା ସାକ୍ଷାତକାରରେ ସେହି ୨୬ଦିନ ତାଙ୍କର କିଭଳି କଟିଥିଲା ତାହା ଜଣାଇଥିଲେ ଶ୍ରୀସନ୍ଥ । ତାଙ୍କ ଅନୁଯାୟୀ, ଜେଲ୍‌ରେ ଲାଗିଥିବା ବଲ୍‌ବ କେବେ ବନ୍ଦ କରାଯାଉ ନ ଥିବାରୁ ମୁଁ ଶୋଇ ପାରୁ ନଥିଲି । ଏହାକୁ ଦେଖି ଦେଖି ମୁଁ ରୋଶନି ନାମକ ଏକ ଗୀତ ଲେଖିଥିଲି । ମୋତେ ହତ୍ୟା ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ପାଖରେ ରଖାଯାଇଥିଲା। ସେମାନେ ମୋତେ ପ୍ରତି କଥାରେ ଗାଳି ଦେଉଥିଲେ । ଜେଲ୍‌ରେ ଏ ସବୁ ମୋ ସହ କାହିଁକି ହେଲା ବୋଲି ମୁଁ ଭାବୁ ନ ଥିଲି  ବରଂ କେମିତି ହେଲା ବୋଲି ଭାବୁଥିଲି ।

୨୬ଦିନ ପରେ ମୁଁ ବାହାରକୁ ଆସିଥିଲେ ମଧ୍ୟ ସେହି ୨୬ଦିନ ମୋତେ ଅବସାଦଗ୍ରସ୍ତ କରାଇ ଦେଇଥିଲା । କୌଣସି କଥା ନ ଥାଇ ମୁଁ କାନ୍ଦିବାକୁ ଲାଗୁଥିଲି । ଏମିତି କି ୫ଥର ଆତ୍ମହତ୍ୟା କରିବାର ଭାବନା ମୋ ମନରେ ଆସିଥିଲା । କିନ୍ତୁ ସଙ୍ଗୀତ ମୋତେ ଅବସାଦରୁ ବାହାର କରିଥିଲା ।

ସମ୍ବନ୍ଧିତ ଖବର