ଚୀନ୍‌କୁ ଧକ୍କା: ରୁଷିଆ ଦେବନି ଏସ୍‌-୪୦୦ କ୍ଷେପଣାସ୍ତ୍ର

ମସ୍କୋ: ଚୀନ୍‌କୁ ଏସ୍‌-୪୦୦ କ୍ଷେପଣାସ୍ତ୍ର ଦେବାକୁ ମନା କରିଦେଇଛି ରୁଷିଆ। ରୁଷିଆର ଏ ନିଷ୍ପତ୍ତି ଚୀନ୍‌କୁ ବଡ଼ ଧକ୍କା ଦେଇଛି। ରୁଷିଆ ଏଥିପାଇଁ ଚୀନ୍‌ ସହ ଚୁକ୍ତି କରିଥିଲା। ମାତ୍ର ବିଶେଷ କାରଣରୁ ରୁଷିଆ ଏହି ଚୁକ୍ତିକୁ ବାତିଲ କରିଦେଇଛି। ଏ ନେଇ ଚୀନ୍‌ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରୁଷିଆ ନିଜ ପକ୍ଷରୁ ଏସ୍‌-୪୦୦ କ୍ଷେପଣାସ୍ତ୍ର ଯୋଗାଇବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ରୁଷିଆ କହିଛି, ଗୋଟିଏ କ୍ଷେପଣାସ୍ତ୍ର ଯୋଗାଇବା ଏତେ ସହଜ କଥା ନୁହେଁ। କେବଳ କାଗଜପତ୍ରରେ ସ୍ବାକ୍ଷର କରିଦେଇ ଇନ୍‌ଭଏସ ପ୍ରସ୍ତୁତ କରିଦେ‌େଲ କ୍ଷେପଣାସ୍ତ୍ର ମିଳିଯିବ ନାହିଁ।

ସମ୍ବନ୍ଧିତ ଖବର