ନୂଆଦିଲ୍ଲୀ: ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)ର ଅସ୍ତିତ୍ୱ ଏବେ କେବଳ ଇତିହାସର ପୃଷ୍ଠା ଓ ସରକାରୀ କାଗଜପତ୍ରରେ ସୀମିତ ରହିଯାଇପାରେ। କାରଣ ସାର୍କର ପୁନରୁଦ୍ଧାର ସହ ଜଡିତ ଏହି ପ୍ରସ୍ତାବକୁ ଭାରତ ମଙ୍ଗଳବାର (ଅକ୍ଟୋବର ୧, ୨୦୨୪) ପ୍ରତ୍ୟାଖ୍ୟାନ କରିଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସାର୍କକୁ ପୁନରୁଦ୍ଧାର କରିବା ପାଇଁ ନେପାଳ, ବାଂଲାଦେଶ ଓ ପାକିସ୍ତାନ ଭଳି ଭାରତର ପଡ଼ୋଶୀ ଦେଶମାନେ ଏହି ଉଦ୍ୟମ ଆରମ୍ଭ କରିଛନ୍ତି। ତିନି ଦେଶ ଏହାକୁ ପୁନରୁଦ୍ଧାର କରିବାକୁ ଚାହୁଁଥିଲେ। ନ୍ୟୁୟର୍କରେ ସାର୍କ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ (ୟୁଏନଜିଏ ଶିଖର ସମ୍ମିଳନୀ ଅବସରରେ) ସମୟରେ ନେପାଳ ପକ୍ଷରୁ ଏହି ଅନୁରୋଧ କରାଯାଇଥିଲା। କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।
ଭାରତ ତରଫରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆତଙ୍କବାଦ ରୋକିବା ପାଇଁ ପାକିସ୍ତାନ କୌଣସି ଦାୟିତ୍ୱବାନ ପଦକ୍ଷେପ ନ ନେଲେ ସେ ଏଭଳି କୌଣସି ବୈଠକରେ ଯୋଗ ଦେବ ନାହିଁ । ନିୟମ ଅନୁସାରେ ସମସ୍ତ ସଦସ୍ୟ ରାଷ୍ଟ୍ର ରାଜି ନହେଲେ ସାର୍କ ବୈଠକ କିମ୍ବା ସମ୍ମିଳନୀ ଆୟୋଜନ କରାଯାଇପାରିବ ନାହିଁ। ଯଦି ଗୋଟିଏ ଦେଶ/ସଦସ୍ୟ ମଧ୍ୟ ଅଂଶଗ୍ରହଣ କରିବାକୁ ମନା କରନ୍ତି ତେବେ ବୈଠକ ହୁଏ ନାହିଁ।
ଭାରତ ତରଫରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆତଙ୍କବାଦ ରୋକିବା ପାଇଁ ପାକିସ୍ତାନ କୌଣସି ଦାୟିତ୍ୱବାନ ପଦକ୍ଷେପ ନ ନେଲେ ସେ ଏଭଳି କୌଣସି ବୈଠକରେ ଯୋଗ ଦେବ ନାହିଁ । ବାସ୍ତବରେ ସମସ୍ତ ସଦସ୍ୟ ରାଷ୍ଟ୍ର ରାଜି ନହେଲେ ସାର୍କ ବୈଠକ କିମ୍ବା ସମ୍ମିଳନୀ ଆୟୋଜନ କରାଯାଇପାରିବ ନାହିଁ। ଯଦି ଗୋଟିଏ ଦେଶ/ସଦସ୍ୟ ମଧ୍ୟ ଅଂଶଗ୍ରହଣ କରିବାକୁ ମନା କରନ୍ତି ତେବେ ବୈଠକ ହୁଏ ନାହିଁ।
ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ) ହେଉଛି ଦକ୍ଷିଣ ଏସୀୟ ଦେଶମାନଙ୍କର ଏକ ସଂଗଠନ ଯାହା ୧୯୮୫ ମସିହା ଡିସେମ୍ବର ୮ ତାରିଖରେ ଢାକାରେ ସ୍ଥାପିତ ହୋଇଥିଲା । ସାର୍କ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଭାରତ, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/rkGqlkAbRNi00JpJZjwL.jpg)