ସାବରିମାଲାରେ ଉତ୍ତେଜନା ଜାରି: ରାଗରେ ଆସି ଢେଲା ମାଡ଼ କରି ବସ୍‌ ଭାଙ୍ଗିଲେ ଭକ୍ତ

ସାବରିମାଳା: କେରଳର ରାଜ୍ୟ ସଡ଼କ ପରିବହନଦ ନିଗମର ବସ୍‌କୁ କ୍ଷୁବ୍ଧ ଭକ୍ତମାନେ ଆକ୍ରମଣ କରି ଭଙ୍ଗାରୁଜା କରିବା ପରେ ସାବରିମାଲା ବିବାଦ ସେମାବାର ଆହୁରି ତୀବ୍ର ହୋଇ ଉଠିଛି। ସାବରିମାଲା ମନ୍ଦିର ପ୍ରସଂଗରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତି କରି ଆକ୍ରମଣକାରୀମାନେ ବସ୍‌ ଉପରକୁ ଟେକାପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି।

ତେବେ ଆକ୍ରମଣକାରୀଙ୍କୁ କେରଳ ପୁଲିସ୍‌ ଏଯାବତ୍‌ ଚିହ୍ନଟ କରି ପାରିନାହିଁ। ଏହି ଆକ୍ରମଣରେ କେହି ହେଲେ ଜଣେ ଆହତ ହୋଇନଥିବା ସୂଚନା ରହିଛି। ପ୍ରବଳ ମତ୍ରାରେ ଟେକାପଥର ପଡ଼ିବାରୁ ବସ୍‌ଟି ଭାଙ୍ଗି ଯାଇଛି ବୋଲି ଭିଡିଓରେ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ମନ୍ଦିର ଭିତରୁ ଭକ୍ତମାନଙ୍କୁ ବାହାର କରିବା ସହ ପୂଜା ପାଇଁ ସାରା ରାତି ମନ୍ଦିରରେ ନ ରଖେଇ ଦେବା ପାଇଁ ପୁଲିସ୍‌ର ନିଷ୍ପତ୍ତିକୁ ବିରୋଧ କରି ରବିବାର ସଂଧ୍ୟାରେ ଶ୍ରହ ଶ୍ରହ ଭକ୍ତ ପ୍ରତିବାଦ କରିଥିଲେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭକ୍ତମାନେ ଆୟାପ୍ପାଙ୍କ ନାମ ଜପ କରି ମନ୍ଦିରର ୧୮ ପାହାଚ ନିକଟରେ ବସି ରହି ପୁଲିସ୍‌ ପକ୍ଷରୁ ହୋଇଥିବା କଡ଼ା ପ୍ରତିବନ୍ଧ ଓ ସୁରକ୍ଷା ବ୍ୟବସ୍ଥାକୁ ହଟାଇବା ପାଇଁ ଦାବି କରିଥିଲେ। ସେମାନେ ରାତି ୧୦.୩୦ରୁ ହିଁ ବିକ୍ଷୋଭ ଆରମ୍ଭ କରି ଦେଇଥିଲେ। ପୁଲିସ୍‌ ସେମାନଙ୍କୁ ଭିତରକୁ ନ ଛାଡ଼ିବା ନେଇ ବିବାଦ ବଢ଼ିଥିଲା।

ସମ୍ବନ୍ଧିତ ଖବର