କୋଚି: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ହେଉଥିବା ପ୍ରତିବାଦକୁ ଗୁରୁବାର କେରଳ ହାଇକୋର୍ଟ ସମାଲୋଚନା କରିଛନ୍ତି। ଏଭଳି ପ୍ରତିବାଦ ଆଦୌ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି। ଏକ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି, ମନ୍ଦିର ମଧ୍ୟରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। ତେଣୁ ମହିଳାଙ୍କ ପ୍ରବେଶକୁ ବିରୋଧ କରିବା ଅର୍ଥ ସୁପ୍ରିମ୍ କୋର୍ଟଙ୍କ ରାୟକୁ ଅବମାନନା କରିବା। ଏଭଳି ଘଟଣାରେ ଗିରଫ ହୋଇଥିବା କୋଚିର ଗୋବିନ୍ଦ ମଧୁସୂଦନଙ୍କ ଜାମିନ ଆବେଦନକୁ ଖାରଜ କରିଦିଆଯାଇଛି। ହାଇକୋର୍ଟ କହିଛନ୍ତି, ମଧୁସୂଦନଙ୍କୁ ଜାମିନ ଦିଆଯାଇ ପାରିବ ନାହିଁ। ଏହା ସୁପ୍ରିମ୍ କୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରିବ। ମଧୁସୂଦନଙ୍କୁ ଜାମିନ ଦେଲେ ଏହା ବିରୋଧ ଓ ପ୍ରତିବାଦକୁ ପ୍ରୋତ୍ସାହିତ କରିବା ଭଳି ହେବ। ଅନ୍ୟମାନେ ମଧ୍ୟ ଜାମିନ ପାଇଁ ଆବେଦନ କରିବେ। ଉଲ୍ଲେଖଯୋଗ୍ୟ, ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶକୁ ପ୍ରତିବାଦ କରିବା ଘଟଣାରେ ୫୪୦ ମାମଲା ହୋଇଥିବା ବେଳେ ପୁଲିସ ୩,୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
ସବରିମାଳା ବିବାଦ ନେଇ ହାଇକୋର୍ଟ କ୍ଷୁବ୍ଧ
/sambad/media/post_attachments/wp-content/uploads/2018/11/Kerala-High-Court-min.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)