ସବରିମାଳା ବିବାଦ: ସମ୍ବିଧାନ ପୀଠ ଫେବ୍ରୁଆରି ୩ରୁ ଶୁଣାଣି ପ୍ରକ୍ରିୟା ସ୍ଥିର କରିବେ

ନୂଆଦିଲ୍ଲୀ: ସବରିମାଳା ସ୍ଥିତ ଆୟାପ୍ପା ମନ୍ଦିର ଏବଂ ବିଭିନ୍ନ ଧର୍ମର ଧାର୍ମିକ ସ୍ଥଳରେ ମହିଳାଙ୍କ ପ୍ରବେଶ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ୯ ଜଣିଆ ସମ୍ବିଧାନ ପୀଠ ଆସନ୍ତା ୩ ତାରିଖ ଦିନ ଶୁଣାଣି ପ୍ରକ୍ରିୟା ସ୍ଥିର କରିବେ। ଏହି ମାମଲାର ଶୁଣାଣି ପାଇଁ ଯେଉଁ ପ୍ରସ୍ତୁତି ଆବଶ୍ୟକ ତାହା ଏ ପର୍ଯ୍ୟନ୍ତ ହୋଇପାରିନାହିଁ ବୋଲି କେତେକ ଆବେଦନକାରୀଙ୍କୁ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଯାଇଥିଲା। ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଫେବ୍ରୁଆରି ୩ ତାରିଖ ଦିନ ଶୁଣାଣିର ସମସ୍ତ ପ୍ରକ୍ରିୟା ଧାର୍ଯ୍ୟ କରିବେ ବୋଲି ଆଜି ସ୍ପଷ୍ଟ କରାଯାଇଛି ।

ସମ୍ବନ୍ଧିତ ଖବର