ସବରିମାଳାରୁ ଫେରି ଆସିଲେ ୧୧ ମହିଳା

ତିରୁବନନ୍ତପୁରମ୍‌: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରରେ ଆଜି ୧୧ ଜଣ ମହିଳା ଶ୍ରଦ୍ଧାଳୁ ପ୍ରବେଶ ପାଇଁ ଉଦ୍ୟମ କରି ବିଫଳ ‌ହୋଇଛନ୍ତି। ଚେନ୍ନାଇସ୍ଥିତ ମନିଥି ସଂଗଠନ ପକ୍ଷରୁ ୧୧ ଜଣ ମହିଳା ସଦସ୍ୟ ଗତକାଲି ମନ୍ଦିର ନିକଟରେ ପହଞ୍ଚିଥିଲେ। ସେମାନେ ଏହା ପୂର୍ବରୁ ରାଜ୍ୟ ପୁଲିସର ସହାୟତା ନେଇଥିଲେ। କିନ୍ତୁ ଅୟପ୍ପା ଭକ୍ତଙ୍କ କଡ଼ା ବି‌ରୋଧ ଯୋଗୁ ସେମାନଙ୍କୁ ଶେଷ‌ରେ ନିରାଶ ହୋଇ ଫେରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର