ସାବରିମାଲା ବିବାବ: ହିନ୍ଦୁ ନାରୀନେତ୍ରୀଙ୍କୁ ଅଟକ ରଖାଯିବାରୁ କେରଳ ବନ୍ଦ ଡାକରା

ତିରୁବନନ୍ତପୁରମ୍‌: ‘ହିନ୍ଦୁ ଐକ୍ୟ ବେଦି’ ରାଜ୍ୟ ଅଧ୍ୟକ୍ଷା କେ ପି ଶଶିକଳାଙ୍କୁ ଶନିବାର ପ୍ରତ୍ୟୁଷରେ ଅଟକ ରଖାଯିବା କାରଣରୁ ଆଜି ‘ସାବରିମାଳା କର୍ମ ସମିତି’ ତରଫରୁ କେରଳ ବନ୍ଦ ଡାକରା ଦିଆଯାଇଛି। ସାବରିମାଳା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାଙ୍କୁ ସୁପ୍ରିମ୍‌ କୋର୍ଟ ଦେଇଥିବା ଅନୁମତି ରାୟକୁ ବିରୋଧ କରୁଥିବା କେତେକ ସଙ୍ଗଠନର ମେଣ୍ଟ ହେଉଛି ‘ସାବରିମାଳା କର୍ମ ସମିତି’।

୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ଶଶିକଳା ଦର୍ଶନ ପାଇଁ ମନ୍ଦିର ଚୂଡ଼ାକୁ ଆସିଥିଲେ, କିନ୍ତୁ ତାଙ୍କୁ ଅଟକା ଯାଇଥିଲା। ନିଷିଦ୍ଧାଦେଶ ଅମାନ୍ୟ କରିବାରୁ ରାତି ପ୍ରାୟ ୨ଟା ବେଳେ ତାଙ୍କୁ ହାଜତକୁ ନିଆଯାଇଥିଲା।

ସକାଳ ୬ଟାରୁ ଆରମ୍ଭ ହୋଇଥିବା ୧୨ ଘଣ୍ଟିଆ ବନ୍ଦ ଯାତ୍ରୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ସାମାଜିକକର୍ମୀ ତୃପ୍ତି ଦେଶାଇଙ୍କୁ ଅଟକ କରିଥିବା କାରଣରୁ ପୁଲିସ ୫୦୦ ଲୋକଙ୍କୁ ବୁକ୍‌ କରିଥିଲେ। ଦୀର୍ଘ ୧୪ ଘଣ୍ଟା କୋଚି ବିମାନ ବନ୍ଦରରେ ଅଟକି ରହିବା ପରେ ତୃପ୍ତି ଫେରି ଯିବାକୁ ବାଧ୍ୟ ହୋଇଥିଲେ।

ଗତ ରାତିରେ ସେ ମୁମ୍ବାଇ ଫେରିବା ସମୟରେ ରାଗୀ ପ୍ରତିବାଦକାରୀମାନେ ଆୟପ୍ପାଙ୍କ ମନ୍ତ୍ର ଉଚ୍ଚାରଣ କରି ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

ସମ୍ବନ୍ଧିତ ଖବର