ସବରିମାଳା ମନ୍ଦିର ପ୍ରବେଶ ପାଇଁ ମହିଳାଙ୍କ ଅନଶନ

ଥିରୁବନନ୍ତପୁରମ୍‌: ସବରିମାଳା ମନ୍ଦିରକୁ ଆଜି ପୁଣି ୨ ଜଣ ମହିଳା ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ସାନିଲା ନିଥୀଶ ଏବଂ ରେଶ୍ମା ନିଶାନ୍ତ ନାମ୍ନୀ ୨ ଜଣ ମହିଳା ଆଜି ସକାଳେ ସବରିମାଳା ମନ୍ଦିରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ସେମାନଙ୍କୁ ଅଟକାଇବାରୁ ସେମାନେ ମନ୍ଦିରକୁ ପ୍ରବେଶ କରିପାରିନାହାନ୍ତି। ତେବେ ଉଭୟ ମହିଳା ମନ୍ଦିର ମଧ୍ୟକୁ ସୁରକ୍ଷିତ ଭାବେ ପ୍ରବେଶ ପାଇଁ ଦାବି କରି ଆମରଣ ଅନସନରେ ବସିଛନ୍ତି। ସବରିମାଳା ପ୍ରବେଶ କରିବା ଅନୁମତି ନମିଳିବା ପର୍ଯ୍ୟନ୍ତ ସେମାନେ ଅନଶନ ଭାଙ୍ଗିବେନି ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର