ଦର୍ଶନ ପାଇଁ ଖୋଲିଲା ସାବରିମାଲା ମନ୍ଦିର
ନୂଆଦିଲ୍ଲୀ: ରବିବାର ସକାଳ ପ୍ରାୟ ୫ଟା ବେଳେ ଭକ୍ତମାନଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲିଛି ସାବରିମାଲା ମନ୍ଦିର। ବାର୍ଷିକ ମଣ୍ଡଳ-ମକରଭିଲାକ୍କୁ ପୂଜା ନିମନ୍ତେ ଶନିବାର ଠାରୁ ଅସୁମାରି ଭକ୍ତ ଆସି ସେଠାରେ ପହଞ୍ଚିଛନ୍ତି। ନୀଳକାଲ ବେସ୍ କ୍ୟାମ୍ପ୍ ଠାରେ ଅପେକ୍ଷା କରିବା ପରେ ଯାତ୍ରୀମାନଙ୍କୁ ପମ୍ବା ବେସ୍ କ୍ୟାମ୍ପ୍କୁ ପଠାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାବରିମାଲା ମନ୍ଦିର ଠାରୁ ପାହାଡ଼ ତଳଆଡ଼କ ୬ କିଲୋମିଟର ତଳେ ଅବସ୍ଥିତ ପମ୍ବା ବେସ୍ କ୍ୟାମ୍ପ୍ରୁ ୧୦ ରୁ ୫୦ ବର୍ଷ ବୟସ ମଧ୍ୟର ୧୦ ଜଣ ନାରୀଙ୍କୁ ପୁଲିସ ଫେରାଇ ଦେଇଥିଲା। ପରେ ପତନାମତ୍ତିତ ଜିଲ୍ଲାପାଳ ପିବି ନୂହ ସ୍ପଷ୍ଟିକରଣ ଦେଇ କହିଥିଲେ କି, ସେ ନାରୀମାନେ ସାବରିମାଲା ମନ୍ଦିରରେ ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଆସି ନ ଥିଲେ।
ଗଣମାଧ୍ୟମକୁ ଜିଲ୍ଲାପାଳ କହିଛନ୍ତି: ଦକ୍ଷିଣ ଭାରତର ଗୁଡ଼ାଏ ମନ୍ଦିର ଦର୍ଶନ କରୁଥିବା ଦଳେ ଯାତ୍ରୀଙ୍କ ସହ ସେ ନାରୀମାନେ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେମାନେ ଜାଣିଲେ ଯେ ମନ୍ଦିରର ପ୍ରଥାନୁସାରେ ଏଠାକୁ ନାରୀମାନଙ୍କୁ ବାରଣ କରାଯାଉଛି। ତେଣୁ ସେମାନେ ଆପଣାଛାଏଁ ଲେଉଟିଗଲେ।