ଥିରୁବନନ୍ତପୁରମ୍: ସବରିମାଳାରେ ହିଂସା ଥମୁନି। ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ହୋଇପାରୁନି। ସବୁ ପ୍ରକାର ପ୍ରୟାସ ପରେ ମଧ୍ୟ ମହିଳା ଭକ୍ତ ମନ୍ଦିରକୁ ପ୍ରବେଶ କରିପାରୁନାହାନ୍ତି। ଲଗାତାର ବିରୋଧ ଓ ଆନ୍ଦୋଳନ କରି ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରାଇ ଦିଆଯାଉନି। ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପରେ ଗତ ୧୭ ତାରିଖରେ ପ୍ରଥମ ଥର ପାଇଁ ମନ୍ଦିର ଖୋଲିଥିବାବେଳେ ସେତେବେଳେ ଜୋରଦାର ଆନ୍ଦୋଳନ ଓ ହିଂସାକାଣ୍ଡ ହୋଇଥିଲା। ୧୫୦୦ରୁ ଊର୍ଦ୍ଧ୍ବ ଗିରଫ ହୋଇଥିଲେ। ଏହାପରେ ଗତକାଲି ସନ୍ଧ୍ୟା ୫ଟାରେ ମନ୍ଦିର ଏକ ସ୍ବତନ୍ତ୍ର ପୂଜାକର୍ମ ପାଇଁ ଖୋଲିଛି। ଆଜି ରାତି ୧୦ଟାରେ ମନ୍ଦିର ବନ୍ଦ ହୋଇଛି। କିନ୍ତୁ ଆଜି ବି ମନ୍ଦିରରେ କିଛି ମହିଳାଙ୍କ ପ୍ରବେଶକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରାଯାଇଥିଲା। ଥ୍ରିସୁରର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଆଜି ମନ୍ଦିରକୁ ଯିବାପାଇଁ ଥିବା ୧୮ଟି ପାହାଚ ନିକଟରେ ଅଟକା ଯାଇଥିଲା। ତାଙ୍କୁ ତାଙ୍କ ବୟସ ପ୍ରମାଣ ଦେବାକୁ ପଡ଼ିଥିଲା। ଆଧାର ଦେଖାଇବାକୁ ବାଧ୍ୟ କରାଯାଇଥିଲା। ତେବେ ଥ୍ରିସୁରର ଏହି ମହିଳା ଜଣଙ୍କ ନିଜକୁ ୫୨ ବର୍ଷ ବୋଲି ପ୍ରମାଣ ଦେବାପରେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିଥିଲେ। ପରେ ଅବଶ୍ୟ ଆନ୍ଦୋଳନକାରୀମାନେ ତାଙ୍କୁ କ୍ଷମା ମାଗିଥିଲେ।
ସବରିମାଳାରେ ଥମୁନି ହିଂସା:ମହିଳା ଭକ୍ତଙ୍କୁ ଅଟକାଇଲେ, ସାମ୍ବାଦିକଙ୍କୁ ଆକ୍ରମଣ କଲେ
/sambad/media/post_attachments/wp-content/uploads/2018/11/sabarimala_temple_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)