ସବରିମାଲା ହିଂସା: ୨୧୦ ଜଣଙ୍କ ବିରୋଧରେ ‘ଲୁକ୍‌ଆଉଟ୍‌ ନୋଟିସ’ ଜାରିକଲା କେରଳ ପୁଲିସ୍‌

ଥିରୁବନ୍ତପୁରମ୍‌ (କେରଳ): ସୁପ୍ରିମ୍‌ କୋର୍ଟର ସାମ୍ବିଧାନିକ ଖଣ୍ଡପୀଠଙ୍କ ରାୟ ସତ୍ତ୍ୱେ ୧୦ରୁ ୫୦ ବର୍ଷ ମଧ୍ୟରେ ମାସିକ ଧର୍ମ ବଳବତ୍ତର ରହିଥିବା ମହିଳାମାନଙ୍କୁ ସବରିମାଲା ମନ୍ଦର ମଧ୍ୟକୁ ନ ଛାଡ଼ି, ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ଉଦ୍ଦ୍ୟମ କରିବା ସହ ଯେଉଁମାନେ ହିଂସା ସୃଷ୍ଟି କରିଥିଲେ, ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି କେରଳ ପୁଲିସ୍‌। ପ୍ରଥମ ଦଫାରେ ହିଂସାରେ ସଂପୃକ୍ତ ଥିବା ୨୧୦ ଜଣଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ କେରଳ ପୁଲିସ୍‌ ଆଜି ‘ଲୁକ୍‌ଆଉଟ୍‌ ନୋଟିସ୍‌’ କେରଳ ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ଜାଣିବାକୁ ମିଳିଛି। ଏହି ନୋଟିସ୍‌ର ନକଲ ସମସ୍ତ ଜିଲ୍ଲାର ପୁଲିସ୍‌ ମୁଖ୍ୟଙ୍କ ନିକଟକୁ ପଠାଇ ଦିଆଯିବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟର ସାମ୍ବିଧାନିକ ଖଣ୍ଡପୀଠଙ୍କ ରାୟ ସତ୍ତ୍ୱେ ୧୦ରୁ ୫୦ ବର୍ଷ ମଧ୍ୟରେ ମାସିକ ଧର୍ମ ବଳବତ୍ତର ରହିଥିବା ମହିଳାମାନଙ୍କୁ ସବରିମାଲା ମନ୍ଦର ମଧ୍ୟକୁ ନ ଛାଡ଼ି, ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ନିଲାକାଲ୍‌, ପମ୍ବା, ସବରିମାଲା ପ୍ରଭୃତି ଅଞ୍ଚଳରେ ଏହି ସମସ୍ତ ଅଭିଯୁକ୍ତମାନେ ହିଂସା ଭିଆଇବା ସହ ହିଂସାକାଣ୍ଡକୁ ଉସ୍‌କାଇ ଥିଲେ ଏବଂ ଦର୍ଶନ ପାଇଁ ମନ୍ଦିରକୁ ଆସିଥିବା ମହିଳା ଦର୍ଶନାର୍ଥୀମାନଙ୍କୁ ମାରଧର ମଧ୍ୟ କରବା ସହ ସେମାନଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହି ଘଟଣାରେ ଦୁଇ ମହିଳା ସାମ୍ବାଦିକାଙ୍କ ସମେତ ଆହୁରି ବହୁ ମହିଳା ଆହତ ହୋଇଥିଲେ। ଫଳରେ ଦୀର୍ଘ ପ୍ରାୟ ଏକ ସପ୍ତାହ ଧରି ସମଗ୍ର ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ଏବଂ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ରାୟ ସତ୍ତ୍ୱେ ୧୦ରୁ ୫୦ ବର୍ଷ ମଧ୍ୟରେ ମାସିକ ଧର୍ମ ବଳବତ୍ତର ରହିଥିବା ଜଣେ ହେଲେ ମହିଳାମାନ ସବରିମାଲା ମନ୍ଦର ମଧ୍ୟକୁ ଦର୍ଶନ ପାଇଁ ପ୍ରବେଶ କରିପାରି ନଥିଲେ।

ସମ୍ବନ୍ଧିତ ଖବର