ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ପ୍ରସଂଗ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ କେରଳ ସରକାର

ତିରୁବନନ୍ତପୁରମ୍‌: ସାବରିମାଳା ମନ୍ଦିର ଭିତରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ପରେ କେରଳ ସରକାର ରାଜ୍ୟର ସବୁ ରାଜନୈତିକ ଦଳଙ୍କ ସହ ଏକ ବୈଠକର ଆୟୋଜନ କରି କହିଛନ୍ତି କି ସରକାର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟରେ କାର୍ଯ୍ୟକାରୀ କରିବେ। ମୁଖ୍ୟମନ୍ତ୍ରୀ ପି.ବିଜୟନ୍‌ ବୈଠକ ପରେ ଗଣାମଧ୍ୟମରେ ମତ ପ୍ରକାଶ କରିଛନ୍ତି କି ‘ସମସ୍ତ ଦଳ ସୁପ୍ରିମ୍‌କୋର୍ଟଙ୍କର ଏହି ନିଷ୍ପତ୍ତିକୁ ମାନନ୍ତୁ ବୋଲି କେରଳ ସରକାର ପରାମର୍ଶ ଦେଇଛନ୍ତି। ଭକ୍ତମାନଙ୍କ ଭାବପ୍ରବଣତାକୁ ଆମେ ସମ୍ମାନ କରୁ। ମାତ୍ର ଆଇନ ସବୁଠାରେ ଊର୍ଧ୍ୱରେ।’

ମୁଖ୍ୟମନ୍ତ୍ରୀ  ବିଜୟନ୍ ଆହୁରି ବି ଆଶା ପ୍ରକଟ କରି କହିଛନ୍ତି କି ଏହି ଚିନ୍ତାଧାରା ବିଜେପି ଓ କଂଗ୍ରେସଙ୍କ ଭିତରେ ମଧ୍ୟ ରହିଥିବ ବୋଲି ବିଶ୍ୱାସ। କେଉଁ ଭଳି  ତରିକାରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ରାଜ୍ୟରେ ଲାଗୁ କରାଯିବା ସେ ବିଷୟରେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି।’ .ସେ ପୁଣି ଥରେ ରାଜ୍ୟ ସରକାରଙ୍କ ପକ୍ଷ ରଖି  କହିଛନ୍ତି କି ‘ଆମେ ସମସ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ପ୍ରସ୍ତୁତ ରହିବା ଉଚିତ।’

ସାବରିମାଳା ମନ୍ଦିର ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ବିଷୟରେ ପଚରା ଯିବାରୁ  ମୁଖ୍ୟମନ୍ତ୍ରୀ  କହିଛନ୍ତି, ‘ଏଣିକି ସେମାନଙ୍କ ସହ ରାଜ୍ୟ ସରକାର ଆଇନ୍‌ ଅନୁସାରେ ମୁକାବଲା କରିବେ।’

ସମ୍ବନ୍ଧିତ ଖବର