ଖୋଲିଲା ସାବରିମାଲା କ୍ଷେତ୍ର, ଏୟାରପୋର୍ଟରୁ ବାହାରି ପାରିଲେନାହିଁ ତୃପ୍ତି ଦେଶାଇ, ଆଜି ରାତିରେ ଫେରିଯିବେ

କୋଚି : ବହୁ ବିବାଦ ମଧ୍ୟରେ କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ସାବରିମାଲା ଆଜି ପ୍ରାୟ ଦୁଇ ମାସ ପାଇଁ ଖୋଲିଛି । ଏହି ସମୟରେ ବର୍ଷର ସର୍ବାଧିକ ସମୟ ପାଇଁ ମନ୍ଦିର ଖୋଲା ରହେ । ଏଣୁ କେରଳ ପୁଲିସ ପାଇଁ ଚ୍ୟାଲେଞ୍ଜ ବଢିଯାଇଛି । ଏହା ମଧ୍ୟରେ ମନ୍ଦିରରେ ପ୍ରବେଶ ପାଇଁ କୋଚିରେ ପହଞ୍ଚିଛନ୍ତି ସାମାଜିକ କର୍ମୀ ତୃପ୍ତି ଦେଶାଇ । ମନ୍ଦିରରେ ପ୍ରବେଶ ପାଇଁ ସେ କେରଳ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ସୁରକ୍ଷା ମାଗିଛନ୍ତି । ତେବେ ପୁଲିସ ତାଙ୍କୁ ଆବଶ୍ୟକ ସୁରକ୍ଷା ଦେବାବଦଳରେ ପୁନେ ଫେରିଯିବାକୁ କହିଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କର ଓ ତାଙ୍କ ସହିତ ଥିବା ମହିଳା ସାମାଜିକ କର୍ମୀମାନଙ୍କର କୌଣସି କ୍ଷତି ହେଲେ ସେଥିପାଇଁ କେରଳର ମୁଖ୍ୟମନ୍ତ୍ରୀ ଓ ଡିଜିପି ଦାୟୀ ରହିବେ ବୋଲି ସେ କହିଛନ୍ତି । ପ୍ରବଳ ବିରୋଧ କାରଣରୁ ସେ ଆଜି ସକାଳୁ ହିଁ କୋଚି ଏୟାରପୋର୍ଟରେ ଫସିରହିଛନ୍ତି । ଏୟାରପୋର୍ଟ ବାହାରେ ହଜାର ହଜାର ଲୋକ ବସିରହି ନାମଜପ କରିବା ସହ ତୃପ୍ତିଙ୍କୁ ବାହାରକୁ ଆସିବାକୁ ଦେଉନାହାନ୍ତି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଟ୍ରାଭାନକୋର ଦେବସ୍ୱମ ବୋର୍ଡ ପୁଣି ଥରେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର