ସଚିନ ତେନ୍ଦୁଲକର୍‌ଙ୍କର ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାରଙ୍କ ସହ ଭେଟପରେ ରାଜନୀତି ଚର୍ଚ୍ଚା ସରଗରମ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର୍‌ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାରଙ୍କୁ ଗତକାଲି ଭେଟିବାପରେ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି। ୨୦୧୯ରେ ସଚିନ ତେନ୍ଦୁଲକର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୨୦୧୮ ଏପ୍ରିଲ ମାସରେ ଶେଷ ହୋଇଛି। ସଚିନ ଶରଦ ପାଓ୍ଵାରଙ୍କ ବାସଭବନ ‘ସିଲଭର ଓକେ ’ଯାଇ ସେଠାରେ ତାଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ଭିତରେ ପ୍ରାୟ ଅଧ ଘଣ୍ଟା ଯାଏଁ ସାକ୍ଷାତ-ଆଲୋଚନା ହୋଇଥିଲା।

photo- navbharattimes

ଏନସିପି ମୁଖପାତ୍ର ନବାବ୍‌ ମଲିକ କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଏହି ସମୟରେ କୌଣସି ପ୍ରକାରର ରାଜନୈତିକ ଚର୍ଚ୍ଚା ଆଲୋଚନା ହୋଇନଥିଲା। ଏଠାରେ ସୂଚନାଯୋଗ୍ୟ ଯେ ପୁଲଓ୍ଵାମା ଆକ୍ରମଣ ପରେ ମଧ୍ୟ ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ସହିତ ଖେଳିବାକୁ ସଚିନ କହିଥିଲେ। ଏହାକୁ ନେଇ ଭାରତୀୟ ଜନତା ପାର୍ଟିର ସମର୍ଥକମାନେ ସଚିନଙ୍କୁ ଟ୍ରୋଲ୍‌ କରିଥିଲେ। ସେତେବେଳେ ଶରଦ୍‌ ପାଓ୍ଵାର କିନ୍ତୁ ସଚିନ ତେନ୍ଦୁଲକରଙ୍କ ସପକ୍ଷରେ ବୟାନବାଜି କରିଥିଲେ। ଏହି କାରଣରୁ ସଚିନ ଏନସିପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର