ଜୟପୁର: ରାଜସ୍ଥାନ ରାଜନୀତିରେ ବିଦ୍ରୋହୀ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କଂଗ୍ରେସ ଉଚ୍ଚ କତ୍ତୃପକ୍ଷ କରିବା ପରେ ଶ୍ରୀ ପାଇଲଟ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଧରି ଆଜି ସନ୍ଧ୍ୟାରେ ଜୟପୁର ଫେରି ଆସିଛନ୍ତି।
ବିଦ୍ରୋହ ଘୋଷଣା ପରେ ଦୀର୍ଘ ଏକ ଧରି ଅଜ୍ଞାତବାସରେ ରହିବା ପରେ ଆଜି ଜୟପୁର ପ୍ରତ୍ୟାବର୍ତ୍ତନ ପରେ ସଚିନ ପାଇଲଟ କହିଛନ୍ତି ଯେ ସେ ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ପଦବୀ ମାଗି ନାହାଁନ୍ତି। ତାଙ୍କର ବିଦ୍ରୋହକୁ ଏକ ପ୍ରତିଶୋଧ ପରାୟଣ ପରାୟଣ ରାଜନୀତି ବୋଲି ବିବେଚନା କରାଯିବା ଉଚିତ ନୁହେଁ।
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ବିରୋଧରେ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ତାଙ୍କର ୧୮ ଜଣ ସମର୍ଥକ ବିଧାୟକଙ୍କୁ ଧରି ବିଦ୍ରୋହ ଘୋଷଣା କରିବା ପରେ ରାଜସ୍ଥାନ ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଥିଲା। ଏବଂ ମୁଖ୍ୟମନ୍ତ୍ରୀ ଗେହଲଟ୍ ଆସନ୍ତା ୧୪ ତାରିଖରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାପାଇଁ ବିଧାନସଭା ବୈଠକ ଡକାଇଥିଲେ।
ତେବେ, କଂଗ୍ରେସ ନେତା ରାହୁଲ ଓ ପ୍ରିୟଙ୍କାଙ୍କ ହସ୍ତକ୍ଷେପ ପରେ ବିଦ୍ରୋହୀ ବିଧାୟକଙ୍କ ଅଭିଯୋଗ ଉପରେ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଥିଲେ।
ଏହାପରେ ଆଜି ଜୟପୁର ଫେରିଥିବା ସଚିନ୍ ପାଇଲଟ୍ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଦଳ ବିରୋଧରେ କୌଣସି ବିବୃତ୍ତି ଦେଇନାହାଁନ୍ତି କିମ୍ବା ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ। ଏପରିକି ସେ କୌଣସି ପଦବୀ ମାଗି ନଥିବା ମଧ୍ୟ କହିଛନ୍ତି। ଏପରିସ୍ଥିତିରେ ପାଇଲଟ କହିଛନ୍ତି ଯେ ତାଙ୍କ ବିରୋଧରେ ଦିଆଯାଇଥିବା ବିବୃତ୍ତିରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ରାଜସ୍ଥାନ ରାଜନୀତି: ଜୟପୁରରେ ପହଞ୍ଚିଲେ ସଚିନ୍ ପାଇଲଟ୍ କହିଲେ ପ୍ରତିଶୋଧ ପରାୟଣ ରାଜନୀତି ଠିକ୍ ନୁହେଁ...
/sambad/media/post_attachments/wp-content/uploads/2020/08/sachin-pilot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)