ରାଜସ୍ଥାନରେ କଂଗ୍ରେସର ପରାଜୟ ସଂପର୍କରେ ଅବଶେଷରେ ମୁହଁ ଖୋଲିଲେ ସଚିନ ପାଇଲଟ

ଜୟପୁର: ଲୋକସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସର ପରାଜୟକୁ ନେଇ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଏବେ ଦଳୀୟ ବିଧାୟକମାନେ ଯୁଦ୍ଧ ଘୋଷଣା କରିଥିବା ବେଳେ ଅଶୋକ ଗେହଲଟ ଏଥିଲାଗି ଉପମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ସଚିନ ପାଇଲଟଙ୍କୁ ଦାୟୀ କରିଛନ୍ତି। ଏସଂପର୍କରେ ଅବଶେଷରେ ସଚିନ ପାଇଲଟ ମୁହଁ ଖୋଲିଛନ୍ତି  ସଚିନ ପାଇଲଟ ।

ସେ କହିଛନ୍ତି ଯେ ଦଳରେ କୌଣସି ପ୍ରକାରର ମତଭେଦ ନଥିଲା କି ନାହିଁ ,ତେବେ ଲୋକସଭା ନିର୍ବାଚନରେ କଣ ଭୁଲ ରହିଲା ସେନେଇ ରିପୋର୍ଟ ମଗାଯାଇଛି ।ରିପୋର୍ଟ ଆସିବାପରେ ଦଳ ବୁଥ ସ୍ତରରେ ପରାଜୟର ସମୀକ୍ଷା କରିବ, କାରଣ ରାଜ୍ୟରେ ପ୍ରାୟ ୫୦ହଜାର ବୁଥ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଏଲ ଗାନ୍ଧୀ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଆଗାମୀ ଦିନରେ ଦଳ କିଭଳି ମଜଭୁତ ହେବ ତାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

photo–news18

ସଚିନ ଗତକାଲି ଯୋଧପୁର କଂଗ୍ରେସ କମିଟି କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଦେଶର ସର୍ବ ପୁରାତନ ଦଳ ରାଜ୍ୟରେ ମାତ୍ର ୨ଟି ଲୋକସଭା ଆସନରେ ବିଜୟୀ ହେବା ନିଶ୍ଚିତରୂପେ ଚିନ୍ତାଜନକ।

ସମ୍ବନ୍ଧିତ ଖବର