ବିଜେପି‌ରେ ଯୋଗଦେବାକୁ ପାଇଲଟ୍‌ ଟଙ୍କା ଯାଚିଥିଲେ: କଂଗ୍ରେସ ବିଧାୟକ

ଅଭିଯୋଗ ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ମନଗଢ଼ା, ଆ‌ଗକୁ ଏଭଳି ଆହୁରି ଅନେକ ଅଭିଯୋଗ ଆସିବ: ପାଇଲଟ୍‌

ଜୟପୁର: ରାଜସ୍ଥାନ କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗା ଆଜି ସଚିନ ପାଇଲଟ୍‌ଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। େସ କହିଛନ୍ତି ପାଇଲଟ୍‌ ତାଙ୍କୁ ବିଜେପିରେ ଯୋଗ ଦେବାପାଇଁ ଟଙ୍କା ଯାଚିଥିଲେ। ପାଇଲଟ୍‌ଙ୍କ ବାସଭବନରେ ଏନେଇ କଥା ହୋଇଥିଲା। ବିଜେପି‌ରେ ଯୋଗ ଦେବାପାଇଁ ପାଇଲଟ୍‌ ତାଙ୍କୁ ଟଙ୍କା ଯାଚିଥିଲେ କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏପରିକି ସେ ଇସ୍ତଫା ଦେବା ପରେ ମଧ୍ୟ ବିଜେପିରେ ଯୋଗ ଦେବେନି ବୋଲି କହିଥିଲେ। ଏନେଇ ସେ ଗେହଲଟ୍‌ଙ୍କୁ ମଧ୍ୟ ପୂର୍ବରୁ ସୂଚନା ଦେଇଛନ୍ତି। ତେବେ ପାଇଲଟ୍‌ ତାଙ୍କୁ କେତେ ଟଙ୍କା ଯାଚିଛନ୍ତି ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ତାଙ୍କୁ ୩୦ରୁ ୩୫ କୋଟି ଟଙ୍କା ଯଚାଯାଇଥିବା କୁହାଯାଉଛି। ଏହି ବିଧାୟକ କହିଛନ୍ତି, ଗତବର୍ଷ ଡିସେମ୍ବରରୁ ଗେହଲଟ୍‌ ସରକାର ଭାଙ୍ଗିବାପାଇଁ ଷଡ଼୍‌ଯନ୍ତ୍ର ହୋଇଛି। ମାଲିଙ୍ଗା କହିଛନ୍ତି, ସେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ କୌଣସି ଅଡିଓ କ୍ଲିପ୍‌ ଦେଇନାହାନ୍ତି। କାରଣ ଅଡିଓ କିଭଳି ରେକର୍ଡ କରାଯିବ ତାହା ସେ ନିଜେ ଜାଣିନାହାନ୍ତି। ଅନ୍ୟପକ୍ଷେ ସଚିନ ପାଇଲଟ୍‌ ବିଧାୟକଙ୍କ ଏଭଳି ଅଭିଯୋଗକୁ ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ମନଗଢ଼ା କହିଛନ୍ତି। ଆଗକୁ ଏଭଳି ଅେନକ ଅଭିେଯାଗ ଆସିବ େବାଲି ପାଇଲଟ କହିଛନ୍ତି।

ସମ୍ବନ୍ଧିତ ଖବର